ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୫୪୯ । ୭୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୩, ୭୨୨ ଜଣ ସଂକ୍ରମିତ ।

264

କନକ ବ୍ୟୁରୋ : ଭାରତରେ ବଢ଼ୁଛି କରୋନା ସଂକ୍ରମଣ । ଦେଶରେ ଆଜି ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮ ହଜାର ଟପିଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୮,୦୦୩ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ଏବେ ସୁଦ୍ଧା ୨୫୪୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ବିଗତ ୨୪ ଘଣ୍ଟାରେ ୩,୭୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୧୩୭), ଅରୁଣାଚଳ ପ୍ରଦେଶ (୧), ଆସାମ (୮୦), ବିହାର (୯୪୦), ଚଣ୍ଡିଗଡ଼ (୧୮୭), ଛତିଶଗଡ଼ (୫୯), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୭୯୯୮), ଗୋଆ (୭), ଗୁଜରାଟ (୯୨୬୭), ହରିୟାଣା (୭୯୩), ହିମାଚଳ ପ୍ରଦେଶ (୬୬), ଜମ୍ମୁ ଓ କଶ୍ମୀର (୯୭୧), ଝାଡ଼ଖଣ୍ଡ (୧୭୩) କର୍ଣ୍ଣାଟକ (୯୫୯), କେରଳ (୫୩୪), ଲଦାଖ (୪୩), ମଧ୍ୟପ୍ରଦେଶ (୪୧୭୩), ମହାରାଷ୍ଟ୍ର (୨୫୯୨୨), ମଣିପୁର (୨), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୪୩୮), ପୁଦ୍ଦୁଚେରୀ (୧୩), ପଞ୍ଜାବ (୧୯୨୪), ରାଜସ୍ଥାନ (୪୩୨୮), ତାମିଲନାଡୁ (୯୨୨୭), ତେଲେଙ୍ଗାନା (୧୩୬୭), ତ୍ରିପୁରା (୧୫୫), ଉତ୍ତରାଖଣ୍ଡ (୭୨), ଉତ୍ତରପ୍ରଦେଶ (୩୭୨୯) ଓ ପଶ୍ଚିମବଙ୍ଗ (୨୨୯୦) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୧୪୨), ଅରୁଣାଚଳ ପ୍ରଦେଶ (୧), ଆସାମ (୩୯), ବିହାର (୩୮୮), ଚଣ୍ଡିଗଡ଼ (୨୮), ଛତିଶଗଡ଼ (୫୫), ଦିଲ୍ଲୀ (୨୮୫୮), ଗୋଆ (୭), ଗୁଜରାଟ (୩୫୬୨), ହରିୟାଣା (୪୧୮), ହିମାଚଳ ପ୍ରଦେଶ (୩୯), ଜମ୍ମୁ ଓ କଶ୍ମୀର (୪୬୬), ଝାଡ଼ଖଣ୍ଡ (୭୯), କର୍ଣ୍ଣାଟକ (୪୫୧), କେରଳ (୪୯୦), ଲଦାଖ (୨୨), ମଧ୍ୟପ୍ରଦେଶ (୨୦୦୪), ମହାରାଷ୍ଟ୍ର (୫୫୪୭), ମଣିପୁର (୨), ମେଘାଳୟ ୧୦, ମିଜୋରାମ (୧) ଓଡ଼ିଶା (୧୪୩), ପୁଦ୍ଦୁଚେରୀ (୯), ପଞ୍ଜାବ (୨୦୦), ରାଜସ୍ଥାନ (୨୪୫୯), ତାମିଲନାଡୁ (୨୧୭୬), ତେଲେଙ୍ଗାନା (୯୪୦), ତ୍ରିପୁରା (୧୬), ଉତ୍ତରାଖଣ୍ଡ (୪୬), ଉତ୍ତରପ୍ରଦେଶ (୧୯୦୨) ଓ ପଶ୍ଚିମବଙ୍ଗ (୭୦୨) ।