ଲକ୍ଷେ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ଦେଶରେ ମୋଟ୍ ୧ ଲକ୍ଷ ୧ହଜାର ଆକ୍ରାନ୍ତ । ମୃତ୍ୟୁ ସଂଖ୍ୟା ୩୧୬୩ ।

309

କନକ ବ୍ୟୁରୋ : ଦେଶରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ୪ ହଜାର ୭୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୧୩୯ରେ ପହଁଚିଛି । କେବଳ ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୨ହଜାର ଆକ୍ରାନ୍ତ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ କେବଳ ମହାରାଷ୍ଟ୍ରର ମୋଟ ଆକ୍ରାନ୍ତ ସଂଖ୍ୟା ୩୫ ହଜାର ଟପିଯାଇଛି ।

ସେହିପରି ତାମିଲନାଡୁରେ ୫୩୬ ଜଣ ନୂଆ ପିଜିଟିଭ୍ କେସ୍ ଆସିବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧ ହଜାର ୭ଶହ ୬୦ରେ ପହଁଚିଛି । ଗୁଜୁରାଟରେ ୩୬୬ ଜଣ ଆକ୍ରାନ୍ତ ହେବା ସହ ମୋଟ ସଂଖ୍ୟା ୧୧ ହଜାର ୭୪୫ରେ ପହଁଚିଛି । ସେପଟେ ଗତ ୨୪ ଘଂଟାରେ ୧୩୧ ଜଣଙ୍କର ମୃତ୍ୟୁ ହେବା ସହ ଦେଶର ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ୧୬୩ରେ ପହଁଚିଛି । ତେବେ ଆଶ୍ୱସ୍ତିର କଥା ହେଉଛି ଦେଶରେ ଏପର୍ଯ୍ୟନ୍ତ ୩୯ ହଜାର ୧୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକି ମୋଟ ଆକ୍ରାନ୍ତଙ୍କର ୩୮ ପ୍ରତିଶତ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୪୭୪), ଅରୁଣାଚଳ ପ୍ରଦେଶ (୧), ଆସାମ (୧୦୭), ବିହାର (୧୩୯୧), ଚଣ୍ଡିଗଡ଼ (୧୯୬), ଛତିଶଗଡ଼ (୯୩), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୧୦୦୫୪), ଗୋଆ (୩୮), ଗୁଜରାଟ (୧୧୭୪୫), ହରିୟାଣା (୯୨୮), ହିମାଚଳ ପ୍ରଦେଶ (୯୦), ଜମ୍ମୁ ଓ କଶ୍ମୀର (୧୨୮୯), ଝାଡ଼ଖଣ୍ଡ (୨୨୩) କର୍ଣ୍ଣାଟକ (୧୨୪୬), କେରଳ (୬୩୦), ଲଦାଖ (୪୩), ମଧ୍ୟପ୍ରଦେଶ (୫୨୩୬), ମହାରାଷ୍ଟ୍ର (୩୫୦୫୮), ମଣିପୁର (୭), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୮୭୬), ପୁଦ୍ଦୁଚେରୀ (୧୮), ପଞ୍ଜାବ (୧୯୮୦), ରାଜସ୍ଥାନ (୫୫୦୭), ତାମିଲନାଡୁ (୧୧୭୬୦), ତେଲେଙ୍ଗାନା (୧୫୯୭), ତ୍ରିପୁରା (୧୬୭), ଉତ୍ତରାଖଣ୍ଡ (୯୩), ଉତ୍ତରପ୍ରଦେଶ (୪୬୦୫) ଓ ପଶ୍ଚିମବଙ୍ଗ (୨୮୨୫) ରହିଛି |