ବିଧାନସଭାରେ ପୁଣି ଅଶ୍ୱିନୀ ଝଡ : ଖଣି ବେପାରୀଙ୍କୁ ରାଜ୍ୟସଭା ପଠାଯାଇଥିବା ଅଭିଯୋଗ ଆଣିଲା କଂଗ୍ରେସ, ଅଭିଯୋଗକୁ ଭିତ୍ତିହୀନ ତଥା ମିଥ୍ୟା କହିଲେ ଅଶ୍ୱିନୀ

290

କନକ ବ୍ୟୁରୋ : ଅଶ୍ୱିନୀଙ୍କୁ ନେଇ ବିବାଦ ଥମୁନି । ରାଜ୍ୟ ରାଜନୀତିରେ ବିଜେପି ଲୋକସଭା ପ୍ରାର୍ଥୀଙ୍କୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ବିଜେଡ଼ି ସମର୍ଥିତ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ପୁଣି ଚର୍ଚ୍ଚାରେ । ନବୀନଙ୍କ ସମର୍ଥନ ନିଷ୍ପତ୍ତି ପରେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି । କଂଗ୍ରେସ ବାରମ୍ବାର ଅଶ୍ୱିନୀଙ୍କୁ ନେଇ ବିଜେପି-ବିଜେପି ଭିତିରିଆ ବୁଝାମଣା କଥା ଉଠାଉଛି । ବିଜେପିର ଲୋକସଭା ପ୍ରାର୍ଥୀଙ୍କ ପାଇଁ ରାଜନୈତିକ ସମୀକରଣ ବଦଳିଯାଇଛି, ଆଉ ତା’ପର ଠାରୁ ବଢ଼ୁଛି ରାଜନୀତି ପାରଦ । ସଂଖ୍ୟା ଥାଇ ବି ବିଜେଡ଼ି ବିଜେପି ଲୋକସଭା ପ୍ରାର୍ଥୀକୁ ସମର୍ଥନ ପଛର କାରଣ କ’ଣ ? ବିଜେପି ଗୋଟିଏ ଆସନ ଲାଭରେ ରହିଲେ ବିଜେଡ଼ିକୁ କି ଫାଇଦା ମିଳିବ ? ବିଜେପି ଓ ବିଜେଡି ମଧ୍ୟରେ ଡିଲ ହୋଇଥିବା ପୁଣି ଥରେ ଉଠାଇଛି କଂଗ୍ରେସ । ତେବେ ଏହି ବିବାଦ ମଧ୍ୟରେ ଆଜି ପୁଣି ଥରେ ଅଶ୍ୱିନୀଙ୍କୁ ନେଇ ବିଧାନଭାରେ ପ୍ରଶ୍ନ ଉଠିଛି ।

ଅଶ୍ୱିନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ । ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କ ବିରୋଧରେ ଖଣି ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜେଡି-ବିଜେପି ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଖଣି ଦୁର୍ନୀତି ସହ ତାଙ୍କ ନାଁରେ ଭିଜିଲାନ୍ସ କେସ୍ ଥିବା ଅଭିଯୋଗ ଆଣିଛନ୍ତି । ଖଣି ବେପାରୀଙ୍କୁ ରାଜ୍ୟସଭା ପଠାଯାଇଛି ବୋଲି ସେ ଅଭିଯୋଗ କରିଥିଲେ । ଦୁର୍ନୀତିରେ ଲିପ୍ତ ଥିବା ପ୍ରାର୍ଥୀଙ୍କୁ ବିଜୁ ଜନତା ଦିଳ କିପରି ସମର୍ଥନ କଲା ବୋଲି ଅଭିଯୋଗ କରିଛି କଂଗ୍ରେସ । ବିଜେଡ଼ି-ବିଜେପିର ଭିତିରିଆ ସମ୍ପର୍କ କଥା ମଧ୍ୟ ଉଠାଇଥିଲା କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସାଲୁଜା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି ।

ତେବେ କଂଗ୍ରେସ ଅଭିଯୋଗର ଉତ୍ତର ରଖିଛନ୍ତି ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି, ଯାହା ଅଭିଯୋଗ ଆସୁଛି ତାର ତଦନ୍ତ କରାଯାଉ । ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ସତସାହସ ନଥିଲେ ତଦନ୍ତ କଥା କହିନଥାନ୍ତି । କଂଗ୍ରେସକୁ ଆକ୍ଷେପ କରି ଅଶ୍ୱିନୀ କହିଛନ୍ତି, ଅଭିଯୋଗ ଆଣିଥିବା ବ୍ୟକ୍ତି ପ୍ରମାଣ ଦିଅନ୍ତୁ । ନିର୍ବାଚନ ପକ୍ରିୟା ଶେଷହେବା ପରେ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।