ମୋଦିଙ୍କୁ ମାତ ଦେବ କଂଗ୍ରେସର ସୋସିଆଲ ମିଡ଼ିଆ ଟିମ୍ : ଆଗାମୀ ନିର୍ବାଚନରେ ରାହୁଲ ପ୍ରୟୋଗ କରିବେ ନୂଆ ଅସ୍ତ୍ର

53

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଏବେ ଠାରୁ ଜୋରସୋରରେ ଲାଗିପଡ଼ିଛନ୍ତି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇସାରିଲାଣି । କେଉଁ ଉପାୟରେ ଲୋକଙ୍କ ନିକଟତର ହୋଇପାରିବେ ସେନେଇ ରାଜନୈତିକ ଦଳ ଗୁଡ଼ିକ ଅଂଟା ଭିଡ଼ିଲେଣି । ବର୍ତ୍ତମାନ କ୍ଷମତାରେ ଥିବା ବିଜେପି ପୁଣି ଥରେ ଶାସନ ଡୋର ନିଜ ହାତକୁ ଆଣିବା ପାଇଁ ପୁରା ଦମରେ କାମ ଚଳାଇଛି । ସେପଟେ କଂଗ୍ରେସ ମହାମେଂଟର ସାହାରା ନେଇ କ୍ଷମତାକୁ ଆସିବା ପାଇଁ ମଧ୍ୟ ଚେଷ୍ଟା ଚଳାଇଛି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ଆର ଦବଦବା ବିଷୟରେ ସମସ୍ତେ ଜାଣନ୍ତି । ପିଲା ଠାରୁ ବୁଢ଼ା ଯାଏଁ ସମେସ୍ତ ସୋସିଆଲ ମିଡ଼ିଆ ବ୍ୟବହାରରେ ଅଭ୍ୟସ୍ତ । କିଛି ଘଟଣା ଦୁର୍ଘଟଣାକୁ ଆମେ ଖବରକାଗଜ କିମ୍ବା ଟିଭିରେ ଦେଖିବା ପୂର୍ବରୁ ସୋସିଆଲ ମିଡ଼ିଆରେ ଅଳ୍ପ ସମୟ ମଧ୍ୟରେ ଆମ ପାଖରେ ପହଞ୍ଚି ଯାଉଛି । ତେବେ ଆଗାମୀ ନିର୍ବାଚନରେ ସୋସିଆଲ ମିଡ଼ିଆକୁ ସମସ୍ତ ପ୍ରମୁଖ ଜାତୀୟ ରାଜନୈତିକ ଦଳ ଗୁଡ଼ିକ ଅସ୍ତ୍ର କରିବେ ବୋଲି ଅନୁମାନ କରାଯାଉଛି ।

 

ସୋସିଆଲ ମିଡ଼ିଆର ସକ୍ରିୟତାକୁ ଦୃଷ୍ଟିରେ ରଖି କଂଗ୍ରେସ ଯେଉଁମାନେ ରାଜୀତିରେ ସକ୍ରିୟ ନାହାନ୍ତି ତାଙ୍କୁ ମଧ୍ୟ ନିର୍ବାଚନ ପାଇଁ ଯୋଡ଼ିଛି ବୋଲି ଶୁଣିବା ପାଇଁ ମିଳୁଛି । ସୂତ୍ର ଅନୁସାରେ କଂଗ୍ରେସ ଉଚ୍ଚ ବେତନରେ ସୋସିଆଲ ମିଡ଼ିଆ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେଇଛି । ସୋମାନଙ୍କର କାମ ହେଲା ଦେଶର କୋଣ ଅନୁକୋଣରେ ଦଳର ବାର୍ତ୍ତା ପହଞ୍ଚାଇବା । ଏହାସହ ଦଳକୁ କେଉଁଁ ଉପାୟରେ ଫାଇଦା ମିଳିବ ସେ ନେଇ ସୋସିଆଲ ମିଡ଼ିଆ ବିଶେଷଜ୍ଞମାନେ ଅଧିକ ଧ୍ୟାନ ଦେଉଛନ୍ତି ।

କଂଗ୍ରେସ ଏବେ ସୋସିଆଲ ମିଡ଼ିଆ ମାଧ୍ୟମରେ ବିଭିନ୍ନ ସ୍ଥାନରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରକିଛି । ଯେଉଁଁଠି ଅନ୍ୟ ମେନଷ୍ଟ୍ରିମ ମିଡ଼ିଆ ପହଞ୍ଚିପାରୁ ନାହିଁ ସେଇଠି ସେଠାରେ ସୋସିଆଲ ମିଡ଼ିଆକୁ ଅସ୍ତ୍ର କରିବ କଂଗ୍ରେସ । କେବଳ ସୋସିଆଲ ମିଡ଼ିଆ ନୁହେଁ ଅଡ଼ିଓ ଓ ଭିଡ଼ିଓ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ପହଞ୍ଚିବା ପାଇଁ କଂଗ୍ରେସ ପ୍ରୟାସ ଚଳାଇଛି । କଂଗ୍ରେସ ଏବେ ସୋସିଆଲ ମିଡ଼ିଆକୁ ପ୍ରମୁଖ ମାଧ୍ୟକ କରି ଲୋକଙ୍କ ନିକଟତର ହେବାକୁ ଚାହୁଁଛି । ବର୍ତ୍ତମାନ କଂଗ୍ରେସର ଯେ କୌଣସି କନଫରେନ୍ସରେ ଦଳର ସ୍ୱତନ୍ତ୍ର କ୍ୟାମେରା ଟିମ୍ ରହୁଛନ୍ତି । ରେକର୍ଡ଼ିଙ୍କ ପରେ ଏହାକୁ ଛୋଟ ଛୋଟ କରି କ୍ଲିପ୍ ତିଆରି କରାଯାଉଛି ଆଉ ପରେ ଏହାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଛି ।

ବର୍ତ୍ତମାନ ଯୁବଯୋଷ୍ଠୀ ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ, ଆଉ ଯୁବଗୋଷ୍ଠୀ ହିଁ ଦେଶର ଭବିଷ୍ୟତ । ସେମାନେ ସୋସିଆଲ ମିଡ଼ିଆ ଅଧିକ ବ୍ୟବହାର କରୁଥିବା ଯୋଗୁଁ ତାଙ୍କ ପାଖରେ କଂଗ୍ରେସର ବାର୍ତ୍ତା ଶୀଘ୍ୟ ପହଞ୍ଚିବ ବୋଲି ଦଳ ଆଶ ପ୍ରକଟ କରିଛି । ଅନ୍ୟପଟେ ଏହି ମାମାଲରେ କଂଗ୍ରେସର ମିଡ଼ିଆ ବିଭାଗ ଓ ସୋସିଆଲ ମିଡ଼ିଆ ବିାଭଗ ମଧ୍ୟରେ ମତାନ୍ତର ଖବର ମଧ୍ୟ ଆସୁଛି । ସୂତ୍ର ଅନୁସାରେ ମିଡ଼ିଆ ବିଭାଗକୁ ଲାଗୁଛି ସୋସିଆଲ ମିଡ଼ିଆରେ ସିଧା ସିଧା ରାଜନେତିକ ବିଚାରଧାରା ସହ ଲୋକଙ୍କ ଯୋଡ଼ିବା ଦ୍ୱାରା ଏହା ପ୍ରତିକୂଳ ସ୍ଥିତି ମଧ୍ୟ ସୃଷ୍ଟି କରିପାରେ ।