କଂଗ୍ରେସର ତୃତୀୟ ପ୍ରାର୍ଥୀ ତାଲିକାରେ ବି ଦେଖିବାକୁ ମିଳିଲା ପରିବାରବାଦ ! ଜାଣନ୍ତୁ କେଉଁ ଆସନରୁ ଲଢ଼ିବ କିଏ ?

304

କନକ ବ୍ୟୁରୋ : ପାଖେଇ ଆସୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଉ ଏଥିପାଇଁ ପ୍ରାର୍ଥୀପତ୍ର ଦାଖଲ ସମୟ ପାଖେଇ ଆସୁଛଛି । ସବୁ ରାଜନୈତିକ ଦଳରେ ଶେଷ ପର୍ଯ୍ୟାୟରେ ପହଂଚିଛି ପ୍ରାର୍ଥୀ ଚୟନ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି କଂଗ୍ରେସ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଆସାମ, ମେଘାଳୟ, ନାଗାଲାଣ୍ଡ, ତେଲେଙ୍ଗାନା ଓ ୟୁପିର ୧୮ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ଉତ୍ତର ପ୍ରଦେଶର ଗୋଟିଏ, ଆସାମର ୫, ତେଲେଙ୍ଗାନାର ୮, ମେଘାଳୟର ୨ ଏବଂ ସିକ୍କିମଏବଂ ନାଗାଲାଣ୍ଡରେ ଏକ-ଏକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟତାରେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ଅନୁସାରେ ପାର୍ଟିର ବରିଷ୍ଠ ନେତା ପିଏଲ ପୁନିଆଙ୍କ ପୁଅ ତନୁଜ ପୁନିଆକୁ ବାରବାଙ୍କୀରୁ ପ୍ରାର୍ଥୀ କରାଯାଇଛି । ପାର୍ଟି ଜାରି କରିଥିବା ତାଲିକାରେ ତେଲେଙ୍ଗାନର ୧୭ଟି ସିଟରୁ ୫ ଟିର ପ୍ରାର୍ଥୀ ଘୋଷଣା କରାଯାଇଛି । ଆଦିଲାବାଦର(ଏସସି)ରୁ ରମେଶ ରାଠୋର, ପିଡ୍ଡାପଲ୍ଲେ(ଏସସି)ରୁ ଏ ଚନ୍ଦ୍ରଶେଖର, କରୀମନଗରରୁ ପୁନମ ପ୍ରଭାକର, ଜହିରାବାଦରୁ ମଦନମୋହନ ରାଓ, ମେଦକରୁ ଗଲି ଅନୀଲ କୁମାର, ମଲକାଜଗିରିରୁ ଏ . ରେୱନ୍ତ ରେଡ୍ଡି, ଚେବେଲୋରୁ କୋଡା ବିଶ୍ବେଶ୍ୱର ରେଡ୍ଡି ଓ ମହବୁବାବାଦରୁ ପୋରିକା ବଲରାମ ନାଇକଙ୍କ ନାମ ଫାଇନାଲ ହୋଇଛି ।

ମେଘାଳୟର ଦୁଇଟି ଆସନ ଓ ସିକ୍କମିର ଗୋଟିଏ ଆସନ ପାଇ ଁମଧ୍ୟ ପ୍ରାର୍ଥୀନାମ ଘୋଷଣା ହୋଇଛି । ମେଘାଳୟ ଶିଲଙ୍ଗ ପାଇଁ ଭିନେଟେଜ୍ ପାଲା, ତୁରା ଆସନ ପାଇଁ ମୁକୁଲ ସଙ୍ଗାମା ଓ ସିକ୍କିମରୁଭରତ ବେସନେଟ ନାମ ଉପରେ ମୋହର ଲଗାଯାଇଛି ।