କନକ ବ୍ୟୁରୋ : ଭଦ୍ରକ ହିଂସାରେ କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ । କ୍ଷତିପୂରଣ ଦେବାକୁ ଘୋଷଣା କଲେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୪୪୩ ଜଣଙ୍କୁ କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି । କ୍ଷତିଗ୍ରସ୍ତକୁ ସର୍ବାଧିକ ୨ଲକ୍ଷ ଓ ସର୍ବନିମ୍ନ ୧୫ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ତୁରନ୍ତ କ୍ଷତି ପୂରଣ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂସା ଅଂଚଳ ଗସ୍ତ କରିବା ପରେ ଜିଳ୍ଲା ପ୍ରଶାସନକୁ କ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ଦିନ ଏନେଇ ଆରଡିସିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ଜିଲ୍ଲାପାଳ । ଏହି ହିଂସାରେ ୯କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଜିଲ୍ଲାପାଳ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-23-11h42m04s319-1.png)