ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ! କହିଲେ, ତାଙ୍କ ପରି ଜଣେ ମାର୍ଗଦର୍ଶକଙ୍କୁ ହରାଇବା ବ୍ୟକ୍ତିଗତ ଭାବେ ଓ ଦଳ ପାଇଁ ଅପୂରଣୀୟ କ୍ଷତି
କନକ ବ୍ୟୁରୋ : ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ବିଜୁ ବାବୁଙ୍କ ଘନିଷ୍ଠ ଥିଲେ ଓ ଦୀର୍ଘ ଦିନ ଧରି ଲୋକଙ୍କ ପାଇଁ କାମ କରିଛନ୍ତି । ତାଙ୍କ ପରି ଜଣେ ମାର୍ଗଦର୍ଶକଙ୍କ ହରାଇବା ବ୍ୟକ୍ତିଗତ ଭାବେ ଓ ଦଳ ପାଇଁ ଅପୂରଣୀୟ କ୍ଷତି । ଏହି ଦୁଃଖଦ ସମୟରେ ସ୍ବର୍ଗୀୟ ବେଦ ପ୍ରକାଶଙ୍କ ପରିବାର ଲୋକଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ନବନ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ କେନ୍ଦ୍ରାପଡ଼ା ଏବଂ ତାଙ୍କୁ ଭଲପାଉଥିବା ଓ ସମ୍ମାନ ଦେଇଆସିଥିବା ପାଟକୁରାବାସୀଙ୍କ ସହ ମୁଁ ଛିଡ଼ା ହୋଇଛି ବୋଲି କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବରିଷ୍ଠ ରାଜନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ଥିଲେ ବିଜୁ ବାବୁଙ୍କ ଘନିଷ୍ଠ ଏବଂ ଦୀର୍ଘ ଦିନ ଧରି ଲୋକଙ୍କ ସେବା କରିଛନ୍ତି। ତାଙ୍କ ପରି ଜଣେ ମାର୍ଗଦର୍ଶକଙ୍କୁ ହରାଇବା ବ୍ୟତିଗତ ଭାବେ ମୋ ପାଇଁ ଏବଂ ଦଳ ପାଇଁ ଏକ ଅପୂରଣୀୟ କ୍ଷତି।
— Naveen Patnaik (@Naveen_Odisha) April 20, 2019
ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ବିରିଷ୍ଠ ବିଜେଡ଼ି ନେତା ବେଦପ୍ରକାଶଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି । ଅମର ଆତ୍ମାର ସଦଗତି ପ୍ରକାଶ କଲେ ସହ ସେ କହିଛନ୍ତି ବିଜୁ ବାବୁଙ୍କ ଅମଳର ସେ ଜଣେ ବରିଷ୍ଠ ନେତା ଥିଲେ । ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ । ତାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ବେଶ ସୁଦୃଢ଼ ଥିଲା । ତାଙ୍କ ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି ।
ସେପଟେ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ କରି ଶୋକସନ୍ତପ ପରିବାରକୁ ସାନ୍ତ୍ୱନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେହିପରି କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ମଧ୍ୟ ତାଙ୍କୁ ଜଣେ ଭଲ ମଣିଷ ବୋଲି ବର୍ଣ୍ରନା କରି ଶ୍ରଦ୍ଧାଂଜଳୀ ଜ୍ଞାପନ କରିଛନ୍ତି । ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ।