କ୍ଲିନିଂ ଆପ୍ଲିକେସନ ମୋବାଇଲକୁ ହାଲୁକା ନୁହଁ ଜାମ କରେ ! ଜାଣନ୍ତୁ କିପରି ?

39

ସ୍ମାର୍ଟଫୋନର ବେଗ, ଷ୍ଟୋରେଜ ଓ ସମ୍ପାଦନା ପ୍ରକିୟା ବଢାଇବା ପାଇଁ ଯଦି ଆପଣ ମଧ୍ୟ ସମସ୍ତଙ୍କ ପରି କ୍ଲିନଂ ଆପ୍ ଉପରେ ଭରଷା କରୁଛନ୍ତି ତେବେ ଆପଣଙ୍କ ଧାରଣା ସମ୍ପୁର୍ଣ୍ଣ ଭୁଲ । ଟେକ୍ନୋଲୋଜି ଜଗତର ନାମୀ ୱେବସାଇଟ ଆଣ୍ଡ୍ରଏଡ ଡଟ କମ ନିକଟରେ ତା’ର ଏକ ରିପୋର୍ଟ ଅନୁସାରେ ଦାବି କରିଛି ଏହି ଆପ୍ଲିକେସନ ଗୁଡିକ ଫୋନକୁ ସଫା ରଖିବା ପରିବର୍ତ୍ତେ କ୍ଷତି ପହଞ୍ଚାିଥାଆନ୍ତି । ଏହି ୱେବସାଇଟ କହିଛି ଆପଣଙ୍କ ଫୋନରେ ଯଦି ଏପରି କିଛି ଆପ୍ଲିକେସନ ଅଛି ତେବେ ତୁରନ୍ତ ଏହାକୁ ଡିଲିଟ କରନ୍ତୁ ।

ଆପଣଙ୍କ ଆପଷ୍ଟୋରରେ ରାମ ବୁଷ୍ଟର ଆପ୍ଲିକେଶନ ଉପଲବ୍ଧ ଅଛ କି ? ଏହି ଆପ ସ୍ମାର୍ଟଫୋନକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଡିଭଭାଇଓର ଇଣ୍ଟରନାଲ ମେମୋରୀ ଓ ବ୍ୟାଟେରୀ ଜୀବନକୁ କ୍ଷତି ପହଞ୍ଚାଇଥାଏ । ଏହି ଆପ ବନ୍ଦ ହେଲେ ମଧ୍ୟ ବ୍ୟାକଗ୍ରାଉଣ୍ଡରେ ଚାଲୁଥାଆନ୍ତି, ଯାହା ଫୋନର ବେଗକୁ କମାଇଥାଏ । ଗ୍ରାହକ ବୋଧେହୁଏ ଜାଣିନଥିବେ ଆଣ୍ଡଏଡ ଯନ୍ତ୍ରରେ ରାମ ଆପେଆପେ ପରିଚାଳିତ ହେଉଥାଏ ।

କ୍ଲିନ ମାଷ୍ଟର ଆପ ପରି ଆପ୍ ସ୍ମାର୍ଟଫୋନ ପାଇଁ ବିଶ୍ୱାସଯୋଗ୍ୟ ଆପ ନୁହଁ । ଏହି ଆପ କ୍ୟାଚେ ଫାଇଲକୁ ଡିଲିଟ କରି ଫୋନର ପରଫରମାନ୍ସକୁ ସୁଧାରି ଥାଏ । ପ୍ରକୃତକଥା ହେଲା ଅନେକ ଥର କ୍ଲିନ ମାଷ୍ଟର ହିଁ ଏପରି କ୍ୟାଚେ ଫାଇଲ ତିଆରି କରିଥାଏ । ଗ୍ରାହକ ଚାହିଁଲେ ଫୋନରେ ଥିବା କ୍ୟାଚେ ଫାଇଲକୁ ଡିଲିଟ କରିବପାରିବେ । ଏଥିପାଇଁ ଗ୍ରାହକଙ୍କୁ କେବଳ ଫୋନର ଷ୍ଟୋରେଜକୁ ଯାଇ ଯେଉଁ ଆପକୁ ଡିଲିଟ କରିବା ପାଇଁ କରିବାକୁ ପଡିବ । ଏପରି କରିବା ଦ୍ୱାରା ଆପଣଙ୍କ ଆଭ୍ୟନ୍ତରୀଣ ମେରୋରୀ ସୁରକ୍ଷିତ ରହିବ ।

କେବଳ ଏତିକି ନୁହଁ ବ୍ୟାଟେରୀ ସେଭର ଆପ ମଧ୍ୟ ମୋବାଇଲକୁ କ୍ଷତି ପହଞ୍ଚାଇଥାଏ । ଆପ ବୁଷ୍ଟର ପରି ବ୍ୟାଟେରୀ ସେଭର ମଧ୍ୟ ଆଭ୍ୟନ୍ତରୀଣ ମେମୋରୀକୁ ଭରିଥାଏ । ତେଣୁ ଏହି ପ୍ରକାର ଆପ୍ଲିକେସନରୁ ଫୋନକୁ ସବୁବେଳେ ଦୂରେଇ ରଖନ୍ତୁୁ । ଫୋନର ବ୍ୟାଟେରୀକୁ ସୁରକ୍ଷିତ ରଖିବା ପାଇଁ ରନିଂ ଆପକୁ ଧ୍ୟାନରେ ରଖି ଆପଣ ଯନ୍ତ୍ରକୁ ବ୍ୟବହାର କରନ୍ତୁ ।