ଭାରତୀୟ ସେନାଙ୍କ ପାଇଁ ସତର୍କ ଚେତାବନୀ ! ନିର୍ବାଚନୀ ବର୍ଷର ଫାଇଦା ଉଠାଇବା ପାଇଁ ପୁଣି ଡୋକଲାମରେ ଷଡ଼ଯନ୍ତ୍ର ରଚୁଛି ଚୀନ୍

84

କନକ ବ୍ୟୁରୋ : ଡୋକଲାମରେ ପୁଣି ଥରେ ପୁରୁଣା ଷଡ଼ଯନ୍ତ୍ର ରଚୁଛି ଚୀନ୍ । ଚୀନ୍ ଡୋକଲାମରେ ନିଜ ସୈନିକ ସଂଖ୍ୟା ଦୁଇଗୁଣା କରିଦେଇଛି । ଚୀନ ଭାବୁଛି ନିର୍ବାଚନୀ ବର୍ଷରେ ଭାରତ ନିର୍ବାଚନ ପ୍ରଚାରରେ ବ୍ୟସ୍ତ । ଆଉ ଆଉର ଏହାର ସୁବିଧା ଉଠାଇବା ପାଇଁ ପୁରା ପ୍ରସାୟ କରୁଛି ଚୀନ୍ । ଏପରିସ୍ଥଳେ ଭାରତ କିନ୍ତୁ ନଛୋଡ଼ବନ୍ଧା, ନିର୍ବାଚନୀ ବର୍ଷାର ଭାରତୀୟ ସେନା କୌଣସି ବି ପରିସ୍ଥିତିର ମୁକାବିଲା କରିବା ପାଇଁ ସଦାସର୍ବଦା ପ୍ରସ୍ତୁତ । ଡୋକଲାମ ସୀମାରେ ଭାରତୀୟ ସେନା ଟ୍ୟାଙ୍କ୍ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ ଅଛନ୍ତି । ପ୍ରବଳ ଥଣ୍ଡାରେ ଅନୁଭୂତ ହେଉଥିଲେ ମଧ୍ୟ ଭାରତୀୟ ସେନା ପୁରା ଜୋସରେ ଅଛନ୍ତି ।

ସୂଚନାଯୋଗ୍ୟ ଭାରତ, ଭୂଟାନ ଓ ଚୀନ ସୀମା ଡୋକଲାମରେ୨୦୧୭ ଅଗଷ୍ଟରେ ଭାରତୀୟ ସେନା ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଭାରତୀୟ ସେନା ଡୋକଲାମରେ ଚୀନ ସେନା ଦ୍ୱାରା କରାଯାଉଥିବା ରାସ୍ତା ନିର୍ମାଣ କାର୍ଯ୍ୟ ରୋକିଦେଇଥିଲା । ଭୂଟାନର ଭିତର ପର୍ଯ୍ୟନ୍ତ ଚୀନ ରାସ୍ତା ତିଆରି କରିବା ପାଇଁ ଚେଷ୍ଟା କରୁଥିଲା । ଆଉ ଏପରି ହୋଇଥିଲେ ଭାରତ ପାଇଁ ଅସୁବିଧା ସୃଷ୍ଟି ହୋଇଥାଆନ୍ତି । କାରଣ ଏପରି ହେବଦ୍ୱାରା ଚୀନର ନଜର ପୂର୍ବ ଭାରତ ଉପରେ ରଖିପାରିଥାଆନ୍ତି । ଠିକ୍ ସମୟରେ ଭାରତ ଚୀନ ଚାଲ ବୁଝି ରାସ୍ତା ନିର୍ମାଣ କାର୍ଯ୍ୟକୁ ଅଟକାଇଥିଲା । ଏହାପରେ ଆପୋଷ ବୁଝାମଣାରେ ଉଭୟ ସେନା ଉକ୍ତ ସ୍ଥାନରୁ ସେନା ହଟାଇବା ପାଇଁ ରାଜି ହୋଇଥିଲେ ।

ବେଶ କିଛି ଦିନର ବ୍ୟବଧାନରେ ପୁଣି ଥରେ ଚୀନ ନିଜର ପୁରୁଣା ଚାଲ ଖେଳୁଛି । ଏଥିପାଇଁ ସୀମାରେ ସୈନିକ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି । ତେବେ ଭାରତୀୟ ସେନା କଡ଼ା ଟକ୍କର ଦେବା ପାଇଁ ପ୍ରବଳ ଥଣ୍ଡାରେ ଯୋଗ ସାଧନା କରବା ସହ ଡ୍ରିଲ କରୁଛନ୍ତି । ଭାରତୀୟ ସେନାର ମେଜରଙ୍କ ଅନୁସାରେ ହାଡ଼ଭଙ୍ଗା ଶୀତରେ ବି ଭାରତୀୟ ସେନା ପ୍ରସ୍ତୁୂତ । ସମସ୍ତ ପାଗରେ ନିଜକୁ ପ୍ରସ୍ତୁତ ରଖିବା ପାଇଁ ଲଗାତାର ଡ୍ରିଲ କରାଯାଉଛି ।