ଚଳିତ ବର୍ଷ ଚିଲିକାରେ ବଢିଛି ପକ୍ଷୀ ସଂଖ୍ୟା ! ପକ୍ଷୀ ଗଣନା ରିପୋର୍ଟରୁ ଦେଢ ଲକ୍ଷରୁ ଅଧିକ ପକ୍ଷୀ ଥିବା ସ୍ପଷ୍ଟ 

134

କନକ ବ୍ୟୁରୋ : ଚିଲିକାରେ ପକ୍ଷୀ ଗଣନାର ରିପୋର୍ଟ ପ୍ରକାଶ ପାଇଛି । ଚିଲିକାରେ ମୋଟ ୧୦ ଲକ୍ଷ ୪୭ ହଜାର ୯୬୮ । କେବଳ ନଳବଣରେ ୩ ଲକ୍ଷ ୯୩ ହଜାର ୫୪୧ ପକ୍ଷୀ ଥିବା କୁହାଯାଉଛି । ଚିଲିକାରେ ଚଳିତ ବର୍ଷ ମୋଟ ୧୮୧ ପ୍ରଜାତିର ପକ୍ଷୀ ଥିବା ଗଣନାରୁ ଜଣାପଡିଛି । ଏହା ସହ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ୧ ଲକ୍ଷ ୫୪ ହଜାର  ୫୭୮ ବୃଦ୍ଧି ପାଇଛି ବୋଲି ସୂଚନା ଦେଇଛନ୍ତି ଚିଲିକା ଡିଏଫଓ ।

source : DTNext.in

ସୂଚନାଯୋଗ୍ୟ ସମଗ୍ର ଚିଲିକାରେ ଚଳିତ ବର୍ଷ ୧୮୧ପ୍ରଜାତିର ୧୦ଲକ୍ଷ ୪୭ହଜାର ୯୬୮ଟି ପକ୍ଷୀଙ୍କ ସମାଗମ ହୋଇଥିବା ଶୁକ୍ରବାର ବିଭାଗୀୟ ପକ୍ଷୀ ଗଣନା ରିପୋର୍ଟରୁ ଜଣାଯାଇଛି । ଗତବର୍ଷ ଏହି ସଂଖ୍ୟା ୮ଲକ୍ଷ ୯୩ ହଜାର ୩୯୦ ଥିବା ବେଳେ ଚଳିତ ବର୍ଷ ୧ଲକ୍ଷ ୫୪ହଜାର ୫୭୮ ବୃଦ୍ଧି ପାଇଛି । ସେହିପରି ଦଶ ବର୍ଷ ଭିତରେ ଚଳିତ ବର୍ଷ ସର୍ବାଧିକ ପକ୍ଷୀ ଆସିଥିବା ଜଣାଯାଇଛି । ଅପରପକ୍ଷେ, ପକ୍ଷୀ ଅଭୟାରଣ୍ୟ ନଳବଣରେ ଗତବର୍ଷ ୩, ୨୦, ୮୨୬ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ଚଳିତ ବର୍ଷଏହି ସଂଖ୍ୟା ୭୦ ହଜାରରୁ ଅଧିକ ବୃଦ୍ଧି ପାଇ ୩,୯୩,୫୩ ୪ରେ ପହଞ୍ଚିଛି ।