ଡକାୟତି ଘଟଣାକୁ ଭୁଲିପାରୁନି ୭ ବର୍ଷର ପୁଅ ଆର୍ଯ୍ୟନ୍ ! ଲୁଟର ୮ଦିନ ପରେ ବି ରେମୁଣା ସୁଧରୁନି ସୁଶାନ୍ତ ମହାରଣାଙ୍କ ପରିବାରର ଅବସ୍ଥା

319

କନକ ବ୍ୟୁରୋ : ବାଲେଶ୍ୱର ରେମୁଣା ଦୁର୍ଗାଦେବୀ ନକଟରେ ହୋଇଥିବା ଲୁଟ ଘଟଣା ପରେ ଏବେ ସୁଶାନ୍ତ ମଣିଙ୍କ ପରିବାର ଭୟଭୀତ ଅବସ୍ଥାରେ । ୭ ବର୍ଷର ପୁଅ ଆର୍ଯ୍ୟନ ଚୋରି ଘଟଣା ପରେ ଏବେ ପ୍ରାୟ ଚୁପଚାପ ହୋଇଯାଇଛି । ସଂନ୍ଧ୍ୟା ହେଲେ ମା କୋଳ ଛାଡୁନି ଆର୍ଯ୍ୟନ । ପୁଅର ଏଭଳି ଅବସ୍ଥା ଦେଖି ବାପା ସୁଶାନ୍ତ ଓ ମା ପ୍ରମିଳା ଭାଙ୍ଗିପଡିଛନ୍ତି ।

ଡକାୟତିର ୮ ଦିନ ପରେ ବି ବାଲେଶ୍ୱର ରେମୁଣା ବ୍ଲକ ରାଉତରାୟପୁରର ସୁଶାନ୍ତ ମଣିଙ୍କ ଘରେ ଏବେ ବି ସୁଧୁରୁନି ପରିସ୍ଥିତି । ପରିବାର ଲୋକ ଏବେବି ସେରାତିର ଘଟଣାକୁ ଭୁଲିପାରୁନାହାନ୍ତି । ଏପରିକି ନିଜର କଏନ ବକ୍ସ ଦେଇ ଡକାୟତିଙ୍କ କବଳରୁ ବାପାଙ୍କୁ ରକ୍ଷା କରିଥିବା ୭ବର୍ଷର ପୁଅ ଆର୍ଯ୍ୟନବି ଏବେ ସଂପୂର୍ଣ୍ଣ ଭୟଭୀତ । ରାତିରେ ଶୋଇଥିବା ବେଳେ ବିଳିବିଳି ହୋଇ ଚିତ୍କାର କରି ଉଠୁଛି ଆର୍ଯ୍ୟନ । ଏପରିକି ଘରୁ ବାହାରକୁ ବାହାରିବାକୁ ସେ ଭୟକରୁଛି । ଯାହାକୁ ଦେଖି ବାପା ମା ଆହୁରି ଚିନ୍ତିତ ହୋଇପଡିଛନ୍ତି ।

ସୂଚନାଯୋଗ୍ୟ ଜାନୁଆରୀ ୨୨ତାରିଖ ରାତି ପ୍ରାୟ ୧୦ଟା ସମୟରେ ସୁଶାନ୍ତ ମହାରଣାଙ୍କ ଘରେ ୪ଜଣ ଦୁର୍ବୁତ୍ତ ପଶି ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ ୬୦ହଜାର ଟଙ୍କା ଓ ୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ଏପରିକି ଲୁଟ ପରେ ଶୁସାନ୍ତଙ୍କୁ ହାଣିବାକୁ ଖଣ୍ଡା ଉଠାଇଥିବା ବେଳେ ୭ବର୍ଷର ପୁଅ ଆର୍ଯ୍ୟନ ତାର କୁମ୍ପିରେ ଥିବା ହଜାରେ ଟଙ୍କା ଦେଇ ଦୁର୍ବୃତ୍ତଙ୍କ ଠାରୁ ନିଜର ବାପାମାର ଜୀବନ ବଂଚାଇଥିଲା । ଗାଁ ଲୋକେ ୨ ଜଣ ଡକାୟତଙ୍କୁ ଧରିଥିବା ବେଳେ ପୋଲିସ ୨ ଜଣ ଲୁଟେରାଙ୍କୁ ଗିରଫ କରି ଅଳ୍ପ କିଛି ଲୁଟ ସାମଗ୍ରୀ ଜବତ କରିଛି । ଲୁଟେରାଙ୍କ ନିକଟରୁ ମାଉଜର,ମୋବାଇଲ କିଛି ଅଳଙ୍କାର ସହ ଆର୍ଯ୍ୟନର କଏନ ବକ୍ସର କଏନ ମଧ୍ୟ ଜବତ କରିଛି । ଏହି ଘଟଣାରେ ୮ ଜଣ ଦୁର୍ବୃତ୍ତ ସଂପୃକ୍ତ ଥିବା ପୁଲିସ କହୁଥିବା ବେଳେ ଏହି ଘଟଣାକୁ ପୋଲିସ ଅଧିକ ଗୁରୁତ୍ୱ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।