ଶୀତ ଋତୁରେ ଶିଶୁଙ୍କ ଯତ୍ନ ନେବେ କିପରି ? ଜାଣନ୍ତୁ କିଛି ଟିପ୍ସ

226

ସାଧାରଣତଃ ଗ୍ରୀଷ୍ମ, ବର୍ଷା, ଶୀତ ଓ ବସନ୍ତ ଆଦି ଋତୁକୁ ଲୋକମାନେ ଅନୁଭବ କରିଥାନ୍ତି । ପ୍ରତ୍ୟେକ ଋତୁରେ ଭିନ୍ନ ଭିନ୍ନ ନିଜସ୍ୱ ଗୁଣ ରହିଛି । ବିଭିନ୍ନ ଋତୁର ରୋଗଗୁଡ଼ିକ ଶିଶୁଙ୍କ ଦେହରେ ବାରି ହୋଇଥାଏ । ପ୍ରତ୍ୟେକ ଋତୁରେ ଉପଯୁକ୍ତ ଭାବରେ ଶିଶୁର ଯତ୍ନ ନେଲେ ସେମାନଙ୍କ ହେହରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ଫଳରେ ଶିଶୁମାନ ସୁସ୍ଥ ରୁହନ୍ତି । ହେଲେ ଶୀତଦିନେ ଶିଶୁର ସ୍ୱତନ୍ତ୍ର ଯତ୍ନ ନେବାକୁ ପଡ଼ିଥାଏ ।

 

 

 

 

 

 

 

 

 

 

 

 

 

ଚର୍ମରୋଗ : ଶୀତଋତୁରେ ବାୟୁମଣ୍ଡଳ ତାପମାତ୍ରା କମିଯାଇଥାଏ । ଏହା ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୁଏ । ଶୀତଳ ଓ ଶୁଷ୍କ ବାୟୁମଣ୍ଡଳ ହେତୁ ଚର୍ମ ଶୁଷ୍କ ହୋଇ ଧୂସର ବର୍ଣ୍ଣ ଦେଖାଯାଏ । ଶୀତଋତୁରେ ଆଲର୍ଜି ହେତୁ ଚର୍ମ କୁଣ୍ଡିଆ ରୋଗ ଅଧିକ ହୋଇଥାଏ । ଶିଶୁଙ୍କ ଏହି ସମୟରେ କାଛୁ ଓ କୁଣ୍ଡିଆ ରୋଗ ଅଧିକ ହୋଇଥାଏ । ବିଶେଷ କରି ହଷ୍ଟେଲ ଓ ଅଧିକ ଲୋକ ରହୁଥିବା ଗୃହରେ ଏହାର ପ୍ରାଦୁର୍ଭାବ ଅଧିକ ଦେଖାଯାଏ । ହାତ ଓ ପାଦ ଫାଟିବା ମଧ୍ୟ କେତେକାଂଶରେ ହୋଇଥାଏ ।

ଶ୍ୱାସରୋଗ : ଏହା ଭୂତାଣୁ ଜନିତ କିମ୍ବା ଜୀବାଣୁ ଦ୍ୱାରା ହୋଇଥାଏ । ଇନଫ୍ଲୁଏଞ୍ଜା ଓ ଆର.ଏସ.ଭି ଭୂତାଣୁ ଦ୍ୱାରା ଶିଶୁ ଆକ୍ରାନ୍ତ ହୋଇଥାଏ । ସମାନ୍ୟ ଥଣ୍ଡା ଜ୍ୱର ଠାରୁ ଆରମ୍ଭ କରି ଅତି ସାଂଘାତିକ ବ୍ରୋଙ୍କିଓଲାଇଟିସ ରୋଗ ଶିଶୁ ଠାରେ ଦେଖାଦେଇଥାଏ । ଏହି ରୋଗରେ ଶିଶୁ ଖୁବ ଦ୍ରତ ଗତିରେ ନିଶ୍ୱାସ ନେଇଥାଏ । ମା’ଠାରୁ ଖାଦ୍ୟ ଖାଇପାରେ ନାହିଁ । ୨ବର୍ଷରୁ କମ୍ ଶିଶଙ୍କ ଠାରେ ଏହା ଅଧିକ ଦେଖାଯାଏ । ନାକରୁ ପାଣି ବାହାରିବା ସହ ପୂର୍ବରୁ ଥିବା ଶ୍ୱାସ ରୋଗ ଅଧିକ ବୃଦ୍ଧି ପାଇଥାଏ । ଛିଙ୍କ ଏହି ସମୟରେ ସାଧାରଣ ରୋଗ ।

ତରଳଝାଡ଼ା : ଛଅମାସରୁ ତିନିବର୍ଷ ବୟସର ଶିଶୁଙ୍କୁ ବାନ୍ତି ଝାଡା ଦେଖାଦେଇଥାଏ । ଏହା କୌଣସି ଔଷଧ ଦ୍ୱାରା ଭଲ ହୋଇ ନଥାଏ । କେବଳ ଓଆରଏସ ଓ ଜିଙ୍କ ଔଷଧ ଦ୍ୱାରା ଧୀରେ ଧୀରେ ଭଲ ହୋଇଥାଏ । ଏହାକୁ ବାଛୁରା ଝାଡ଼ା, ପତ୍ରଛଡ଼ିଝାଡା ବା ଚୁର୍ଣ୍ଣା ବାଛରା କୁହାଯାଏ ।

ଗଣ୍ଠିବ୍ୟଥା : ଶୀତ ଋତୁରେ ଗଣ୍ଠିବ୍ୟଥା ଅତ୍ୟଧିକ ହୋଇଥାଏ । ରକା ପଶିବା, ମଧ୍ୟ ଶୀତଦିନରେ ରୋଗ ।

ମାନସିକ ଅବସାଦ : କେତେ ବୟସ୍କ ଶିଶୁଙ୍କ ଠାରେ ଶୀତ ଋତୁ ମାନସିକ ଅବସାଦ ଆଣିଥାଏ ।