ବଢ଼ିଲା ଚିଦାମ୍ବରମଙ୍କ ଅଡ଼ୁଆ । ସୁପ୍ରିମକୋର୍ଟରୁ ମିଳିଲାନି ତତ୍କାଳ ଆଶସ୍ତି, ଶୁକ୍ରବାରକୁ ଘୁଞ୍ଚିଲା ଯାମିନ୍ ଆବେଦନ ଶୁଣାଣି

106

କନକ ବ୍ୟୁରୋ : ନିରାଶ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମଙ୍କ । ସୁପ୍ରିମକୋର୍ଟରେ ଚିଦାମ୍ବରମଙ୍କୁ ତତ୍କାଳ ଆଶ୍ୱସ୍ତି ମିଳିନାହିଁ । ଆଇଏନଏକ୍ସ ମିଡିଆ ଲାଞ୍ଚ କାରବାର ମାମଲାରେ ସେ କରିଥିବା ଅଗ୍ରୀମ ଜାମିନ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ପୁଣି ଥରେ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଶୁକ୍ରବାର ଦିନ ଅର୍ଥାତ ଅଗଷ୍ଟ ୨୩ରେ ଏହି ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଏହା ଫଳରେ ଚିଦାମ୍ବରମ୍କୁ ଗିରଫ କରିବାକୁ ଖୋଜୁଥିବା ସିବିଆଇ ଓ ଇଡି ପାଖରେ ଆଉ ୨ ଦିନ ସମୟ ମିଳିଯାଇଛି ।

ଗତକାଲି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ବିଚାରପତି କହିଥିଲେ ଯେ ଉପଲବ୍ଧ ତଥ୍ୟପ୍ରମାଣରୁ ଜଣାଯାଉଛି ଯେ ଆଇନଏକ୍ସ ମିଡିଆ ଦୁର୍ନୀତିରେ ଚିଦାମ୍ବରମ ହିଁ ମୁଖ୍ୟ ଷଡଯନ୍ତ୍ରକାରୀ । ଏଣୁ ଏହି ମାମଲାର ଉପଯୁକ୍ତ ତଦନ୍ତ ପାଇଁ ତାଙ୍କୁ ହାଜତକୁ ନିଆଯିବାର ଆବଶ୍ୟକତା ରହିଛି । ୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରେତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା ।