ଛତ୍ରପୁର କାଉନସିଲର ହତ୍ୟା ଘଟଣାର ବାହାରିବ ସତ ! ଆଜି ଗିରଫ ୨ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ପୋଲିସ

35

କନକ ବ୍ୟୁରୋ : ଆଜି ରିମାଣ୍ଡରେ ଯିବେ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ । ଏହି ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡୀଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଗଞ୍ଜାମ ପୋଲିସ । ଗତ ୨୯ ତାରିଖରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ଏସଡିଜେଏମ କୋର୍ଟ । ୨୮ ତାରିଖରେ ଉତ୍ତରାଖଣ୍ଡର ଡେରାଡୁନରୁ ଉଭୟଙ୍କୁ ଗିରଫ କରିଥିଲା ପୋଲିସ । ଅଗଷ୍ଟ ମାସରେ କଲେଜ ନିର୍ବାଚନ ସମୟରେ ଲକ୍ଷ୍ମୀଦତ୍ତ ପ୍ରଧାନ ସମର୍ଥକଙ୍କ ସହ ତାଙ୍କ ବାସଭବନରେ ବସିଥିବା ସମୟରେ ୧୫ରୁ ଉର୍ଦ୍ଧ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଏବଂ ଏହି ଆକ୍ରମଣରେ ଲକ୍ଷ୍ମୀଦତ୍ତଙ୍କର ମୃତ୍ୟୁ ହୋଇଥିଲା ।