ସୁନାର ଚାହିଦା ସବୁବେଳେ ରହିଛି । ଏଥିଯୋଗୁଁ ସୁନାର ଚାହିଦାକୁ ଦେଖି ଏବେ ଚାରିଆଡେ ସୁନା ଦୋକାନ ଦେଖିବାକୁ ମିଳୁଛି । କିନ୍ତୁ ଏବେ ଦେଖାଯାଉଛି ସୁନା କିଣଶବା ସମୟରେ ଲୋମାନେ ଅନେକ ସମୟରେ ଠକାମୀର ଶିକାର ହେଉଛନ୍ତି । ତେବେ ଏପରି ସ୍ଥଳେ ଆପଣ କିପରି ଚିହ୍ନିବେ ସୁନା ଅସଲି କିମ୍ବା ନକଲି ଆସନ୍ତୁ ଜାଣିବା-
୧. ନକଲି ସୁନା ପାଣିରେ ହାଲୁକା ଭାବେ ଭାସେ କିନ୍ତୁ ଅସଲି ସୁନା ପାଣିିରେ ବସିଯାଏ ଏବଂ ସେଥିରେ କେବେ କଳଙ୍କି ଲାଗେ ନାହିଁ ।
୨. ଝାଳ ସଂସ୍ଫର୍ଶରେ ଆସିଲେ ଅସଲି ସୁନା କେବେ ଗନ୍ଧ ହୁଏ ନାହିଁ, କିନ୍ତୁ ନକଲି ସୁନାରୁ କଏନ ପରି ଗନ୍ଧ ଆସେ ।
୩. ନକଲି ସୁନା ପିନ୍ଧିଲେ କଳା କିମ୍ବା ସବୁଜ ରଙ୍ଗର ଦାଗ ଦେଖାଯାଏ ।
୪. ଯଦି ସୁନା ଚୁମ୍ବକ ଆଡକୁ ଆକର୍ଷିତ ହେଉଛି, ତେବେ ଜାଣିପାରିବେ ସୁନାରେ ମିଶ୍ରଣ ହୋଇଛି ।
୫. ଏହାବ୍ୟତୀତ ସୁନା ଗହଣା କିଣିବା ସମୟରେ ହଲମାର୍କ ଦେଖି ହିଁ ସୁନା କିଣନ୍ତୁ ।