ବଦଳିଗଲା ଏସବିଆଇର ଅନେକ ନିୟମ ! ଏବେ ଲାଭରେ ରହିବେ ଗ୍ରାହକ, ନଜାଣିଲେ କ୍ଷତିରେ ପଡ଼ିପାରନ୍ତି

33

ଭାରତର ବଡ଼ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧ ଏପ୍ରିଲରୁ କିଛି ନିୟମରେ ପରିବର୍ତ୍ତନ କରିଛି । ଯାହା ଜାଣିବା ଗ୍ରାହକଙ୍କ ପାଇଁ ବହୁତ ଜରୁରୀ । ୧ ଏପ୍ରିଲରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର କିଛି ନିୟମରେ ପରିବର୍ତ୍ତନ କରିଛି । ପୂର୍ବରୁ ଆକାଉଂଟ ବାଲାନ୍ସ ମେଣ୍ଟେନ୍ କରିବା ପାଇଁ ଅଧିକ ଫାଇନ୍ ଦେବାକୁ ପଡ଼ୁଥିଲା । କିନ୍ତୁ ଏବେ ସେପରି କିଛି ହେବ ନାହଁ । ଭିନ୍ନ ଭିନ୍ନ ବର୍ଗକୁ ଭିନ୍ନ ଭିନ୍ନ ଉପାୟରେ ଆଶ୍ୱସ୍ତି ମିଳୁଛି ।

ମେଟ୍ରୋ ଓ ସହର ଅଂଚଳରେ ଥିବା ଫାଇନ୍ ଥିଲା ୫୦ ଟଙ୍କା । ଯାହାର ୧୫ ଟଙ୍କାକୁ ହ୍ରାସ କରାଯାଇଛି । ଛୋଟ ସହରରେ ଦିଆଯାଉଥିବା ଜୋରିମାନା ଟଙ୍କାକୁ ୪୦ରୁ କମ୍ କରାଯାଇ ୧୨ ଟଙ୍କା କରିଦିଆଯାଇଛି । ଅନ୍ୟପଟେ ଗ୍ରାମୀଣ ଅଂଚଳରେ ପେନାଲଟିକୁ ୪୦ ଟଙ୍କାରୁ ହ୍ରାସ କରି ୧୦ ଟଙ୍କା କରାଯାଇଛି । ଯଦି ଆପଣଙ୍କ ବ୍ୟାଙ୍କ ଖାତା ମହାନଗରରେ ଅଛି ତେବେ ଆପଣଙ୍କୁ ୩୦୦୦ ଟଙ୍କାର ଆଭରେଜ ବାଲାନ୍ସ ରଖିବା ପାଇଁ ପଡ଼ିବ । ସହର ଅଂଚଳରେ ମଧ୍ୟ ୩୦୦୦ ଟଙ୍କା ରଖିବା ବାଧ୍ୟତାମୂଳକ । ସେପଟେ ଗ୍ରାମୀଣ ଅଂଚଳରେ ଏହାର ସୀମା ୧୦୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ଛୋଟ ସହର ଗୁଡ଼ିକରେ ୨୦୦୦ ଟଙ୍କା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

SBI

ଏସବିଆଇ ପୂର୍ବରୁ ସୂଚନା ଦେଇସାରିଛି ଯେ ଏସେସମେଂଟ ବ୍ୟାଙ୍କ ଗୁଡ଼ିକ ବ୍ୟାଙ୍କ ସହ ମର୍ଜ ହୋଇସାରିଛି । ଏହା ବ୍ୟତୀତ ଆପଣ ନେଇଥିବା ଗୃହଋଣକୁ ଯଦି ଆପଣ ଷ୍ଟେଟ ବ୍ୟାଙ୍କକୁ ସ୍ଥାନାନ୍ତର କରିବା ପାଇଁ ଚାହୁଁଛନ୍ତି,ତେବେ ଆପଣଙ୍କ ପ୍ରୋସେସିଂ ଫି ଉପରେ ୧୦୦ ପ୍ରତିଶତ ରିହାତି ମିଳିବ । ଯଦି ଅପାଣ ୩୧ ମାର୍ଚ୍ଚ ପୂର୍ବରୁ ଅନଲାଇନ୍ ଗୃହଋଣ ପାଇଁ ଆବେଦନ କରିଛନ୍ତି, ତେବେ ଆପଣଙ୍କ ପ୍ରୋସେସିଂ ଫି ୧୦୦ ପ୍ରତିଶତ କମ ହୋଇଯିବ ।