ପୁଣି ଫେରିଲା ଚକଡ଼ା ପୋକ : କଳାହାଣ୍ଡିରେ ସୁନା ଫସଲରେ ନିଆଁ ଲଗାଇଲା ଚାଷୀ

କଳାହାଣ୍ଡିରେ ମାଡୁଛି ଚକଡ଼ା ଚଡ଼କ

85

କନକ ବ୍ୟୁରୋ : କଳାହାଣ୍ଡିରେ ମାଡୁଛି ଚକଡା ଚଡକ । ଚକଡା ପୋକ ଓ ବିପିଏଚ୍ ରୋଗ ପୋକ କବଳରୁ ଫସଲକୁ ରକ୍ଷା କରିନପାରିବାରୁ ସୁନା ଫସଲରେ ନିଆଁ ଲଗାଇ ଦେଇଛି ଚାଷୀ । ହୁତୁ ହୁତୁ ହୋଇ ଜଳୁଛି ଧାନ କିଆରି । ରୋଗପୋକକୁ ନିୟନ୍ତ୍ରଣ କରି ନପାରିବାରୁ ଏଭଳି ଚରମ ନିଷ୍ପତି ନେଇଛି ଚାଷୀ । ଛାତି ଉପରେ ପଥର ଲଦି ନିଜେ ଚାଷୀ କଷ୍ଟକରି ଚାଷ କରିଥିବା ଜମିରେ ନିଆଁ ଲଗାଇ ଦେଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ବିପିଏଚ ଓ ଚକଡା ପୋକ ଲାଗିଯିବାରୁ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ସଂମ୍ପୁର୍ଣ୍ଣ ନଷ୍ଟ ହେବାରେ ଲାଗିଛି ।

ଔଷଧ ଛିଂଚିଲେ ବି କାମ କରୁନାହି । ଚାଷୀ ମାନେ ଔଷଧ ଛିଞ୍ଚିି ଛିଞ୍ଚି ନୟାନ୍ତ ହୋଇଗଲେଣି । କଳାହାଣ୍ଡି ଜିଲ୍ଲାରେ ସରକାରୀ ଭାବରେ ୮ ହଜାର ହେକ୍ଟରରୁ ଉର୍ଦ୍ଧ ଜମିରେ ଚକଡା ଓ ବିପିଏଚ ଲାଗିଥିବା କୁହାଯାଉଛି । ତେବେ ଏହାର ପରିମାଣ ଢେର ଅଧିକ ବୋଲି କହୁଛନ୍ତି ଚାଷୀ । ଚକଡା ପୋକ ଲାଗିବା ଯୋଗୁଁ ଧାନ ଗଛକୁ ମୁଳରୁ ଶୋଷି ନେଉଥିବା ବେଳେ ବିପିଏଚରେ ଧାନ ଗଛ ମରିବାରେ ଲାଗିଛି । ଆଉ କିଛି ଦିନ ପରେ ଅମଳ ହେବାକୁ ଥିବା ଫସଲ ଉଜୁଡି ଯାଉଥିବା ଦେଖି ଚିନ୍ତାରେ ପଡିଯାଇଛି ଚଷା ପୁଅ । ସେପଟେ ମୁକାବିଲା ପାଇଁ ଆବଶ୍ୟକୀୟ ଔଷଧ ମଗା ଯାଇଛି ବୋଲି କହିଛନ୍ତି କୃଷି ଅଧିକାରୀ ।