ଆଦିବାସୀଙ୍କୁ ପ୍ୟାନକାର୍ଡ ଛାଡ ନେଇ ମୋଦିଙ୍କୁ ଚିଠି ପ୍ରସଙ୍ଗ: ନବୀନଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର

19

କନକ ବ୍ୟୁରୋ : ଆଦିବାସୀ ଲୋକଙ୍କ ପାଇଁ ଟଙ୍କା ଜମା ବେଳେ ପ୍ୟାନ କାର୍ଡ ବ୍ୟବସ୍ଥା ବାଧ୍ୟତାମୂଳକ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ନେଇ ଆଜି ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଏ ନେଇ ନବୀନଙ୍କୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ କେନ୍ଦ୍ର ସରକାର ଛାନଭିନ୍ କରିବେ ନାହିଁ ବୋଲି କହିଛନ୍ତି ।

ଏପରି ସ୍ଥଳେ ନବୀନଙ୍କ ଏହି ଚିଠି ଆଦିବାସୀଙ୍କ ବାହାନାରେ କେନ୍ଦୁଝର ଭଳି ଖଣି ଅଂଚଳରେ କଳାଧନକୁ ଧଳା କରିବା ପାଇଁ ପ୍ରୟାସ । କଳାଧନ ନେଇ ମୋଦି ଆରମ୍ଭ କରିଥିବା ଅପରେସନ୍ ବର୍ତମାନ କଷ୍ଟକର ଲାଗୁଥିଲେ ବି ଭବିଷ୍ୟତ ପାଇଁ ସୁଖକର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ମୋଦିଙ୍କୁ ଦେଇଥିବା ଚିଠିରେ ନବୀନ ଲେଖିଥିଲେ ଯେ ୫୦ ହଜାର ଟଙ୍କାରୁ ଅଧିକ ବ୍ୟାଙ୍କରେ ଜମା କଲେ ପ୍ୟାନକାର୍ଡ ବାଧ୍ୟତାମୂଳକ । କିନ୍ତୁ ଆଦିବାସୀମାନେ ସାଧାରଣତଃ ବ୍ୟାଙ୍କ ବ୍ୟବସ୍ଥା ସହ ପରିଚିତ ନୁହଁନ୍ତି । ଏକା ବେଳେ ଅଢେଇ ଲକ୍ଷ ଟଙ୍କା ଜମା କରିବାକୁ ସୁଯୋଗ ଦେଲେ ସେମାନଙ୍କୁ ବାରମ୍ବାର ବ୍ୟାଙ୍କ ଆସିବାକୁ ପଡିବ ନାହିଁ ତଥା ଧାଡିରୁ ଭିଡ କମିବ ।

ଦେଖନ୍ତୁ ଏହି ଭିଡିଓ :