ତିନ ତଲାକ୍ ପରେ ମୋଦି ସରକାରଙ୍କ ଟାର୍ଗେଟରେ ନିକାହ ହଲାଲା ଓ ବହୁ ବିବାହ ପ୍ରଥା : ବନ୍ଦ୍ ପାଇଁ ସୁପ୍ରିମକୋର୍ଟଙ୍କ ଆବେଦନକୁ ସମର୍ଥନ କରିପାରନ୍ତି ସରକାର

37

କନକ ବ୍ୟୁରୋ : କେନ୍ଦ୍ର ସରକାର ୩ ତଲାକ ପ୍ରଥାକୁ ଯେଭଳି ଗୁରୁତର ଭାବେ ନେଇ ବିରୋଧ କରିଥିଲେ ଏବେ ସେଭଳି ବିରୋଧ ନିକାହ ହଲାଲା ଓ ବହୁ ବିବାହ ପ୍ରଥା କ୍ଷେତ୍ରରେ ବି କରିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସଙ୍କେତ ଦିଆଯାଇଛି । ମିଳିଥିବା ଖବର ଅନୁସାରେ, ଏ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବଦେନକୁ କେନ୍ଦ୍ର ସମର୍ଥନ କରିବ । ଗତ ବର୍ଷ ମାର୍ଚ ମାସରେ ସୁପ୍ରିମକୋର୍ଟ ଏକ ଖଣ୍ଡପୀଠ ବହୁବିବାହ ନିକାହ ହଲାଲା ପ୍ରଥାକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି ପାଇଁ ଗ୍ରହଣ କରିଥିଲେ । ଏହା ସହ କେନ୍ଦ୍ର ସରକାର ଓ ଆଇନ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ ।

ତିନି ତଲାକ ଶୁଣାଣିବେଳେ ସରକାର ନିକାହ ହଲାଲା ଓ ବହୁବିବାହ ପ୍ରଥାକୁ ସାମିଲ କରିନଥିଲେ । ଏ ନେଇ ସରକାରଙ୍କ ଜବାବ ବି ପ୍ରସ୍ତୁତ ହୋଇସାରିଛି ଓ ସୁପ୍ରିମକୋର୍ଟରେ ଶୁଣାଣିବେଳେ ସରକାର ନିଜ ପକ୍ଷ ରଖିବେ ବୋଲ ସୂଚନା ମିଳିଛି । ଇସଲାମ ଧର୍ମରେ ତଲାକ୍ ଅର୍ଥାତ୍ ଛାଡପତ୍ର ହୋଇଥିବା ପତି-ପତ୍ନୀ ପୁଣି ଥରେ ପରସ୍ପରକୁ ବିବାହ କରିବା ପ୍ରକ୍ରିୟାକୁ କୁହାଯାଏ ନିକାହ ହଲାଲା । ତଲାକ୍ ପରେ ସିଧାସଳଖ ପୁଣି ଥରେ ପରସ୍ପରକୁ ନିକାହ ଅର୍ଥାତ୍ ବିବାହ କରିପାରିବେନି ପତି-ପତ୍ନୀ ।ଏଥିିପାଇଁ ତଲାକ୍ ପରେ ଅନ୍ୟଜଣଙ୍କୁ ବିବାହ କରିବା ପରେ ହିଁ ପୂର୍ବ ସ୍ୱାମୀ ସହ ପୁଣି ଥରେ ନିକାହ କରିପାରିବ ପତ୍ନୀ । ତେବେ ନିକାହ ହଲାଲାରେ ସାଧାରଣତଃ ମୌଲବୀ ମାନେ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ତଲାକ୍ ଦେଇଥିବା ମହିଳାମାନେ ମୌଲବୀଙ୍କ ସହ ଏକାଠି ରହିବା ପରେ ହିଁ ପୂର୍ବ ସ୍ୱାମୀଙ୍କ ସହ ପୁଣି ବିବାହ କରିପାରିବେ ବୋଲି ନିକାହ ହଲାଲାରେ ନିୟମ ରହିଛି ।