ସିସିଟିଭି ଦେଖିଛି ଧମକ ଦେବା ସହ ବନ୍ଧୁକ ମୁନରେ ଭୟଭୀତ କରିବାର ଦୃଶ୍ୟ : ବୌଦ୍ଧରେ ଦିନ ଦ୍ୱିପ୍ରହରରେ ବନ୍ଧୁକ ଦେଖାଇ ଢାବା ମାଲିକଙ୍କ ଠାରୁ ଲୁଟ ଉଦ୍ୟମ, ପୁଲିସର ତନାଘନା ଆରମ୍ଭ

222

କନକ ବ୍ୟୁରୋ : ଦିନ ଦ୍ୱିପ୍ରହରରେ ବନ୍ଧୁକ ଦେଖାଇ ଢାବା ମାଲିକଙ୍କ ଠାରୁ ଲୁଟ ଉଦ୍ୟମ । ବୈଦ୍ଧ ଜିଲ୍ଲା ବାଉଁଶୁଣୀ ଅଂଚଳରୁ ଆସିଛି କିଛି ଏଭଳି ଅଭିଯୋଗ । ଆଉ ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଆପଣ ମାନେ ଟିଭି ପରଦାରେ ଦେଖୁଛନ୍ତି ଧମକ ଦେବା ସହ ବନ୍ଧୁକ ଦେଖାଇ ଭୟଭୀତ କରିବାର ଲାଇଭ ଚିତ୍ର । ବୈାଦ୍ଧ ଜିଲ୍ଲା ଅନୁପ ଢାବାରେ କିଛି ଦୁବୃତ୍ତ ବନ୍ଧୁକ ଦେଖାଇ ଢାବା ମାଲିକଙ୍କ ଠାରୁ ଲୁଟ ଉଧ୍ୟମ କରିଛନ୍ତି ।

ହେଲେ ଢାବା କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଯାଇଛନ୍ତି ଢାବା ମାଲିକ ଓ କର୍ମଚାରୀ  । ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଦୁଇ ଅଭିଯୁକ୍ତ କାବୁକୁ ଆସିଥିବା ସୂଚନା ମିଳିଛି । ତେବେ ଜାତୀୟ ରାଜପଥରେ ଢାବା ଭିତରେ ପଶି ବନ୍ଧୁକ ଦେଖାଇବା ଘଟଣାରେ କୈାଣସି ଆନ୍ତଃରାଜ୍ୟ ଗ୍ୟାଙ୍ଗର ସମ୍ପର୍କ ଅଛି ନାଁ ସ୍ଥାନୀୟ ଅଂଚଳର ଦୁବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି ତାହା ଜଣାପଡିନାହିଁ ।