ସୋସିଆଲ ମିଡିଆରେ ହିଂସା ଉପୁଜାଉଥିବା ବ୍ୟକ୍ତିଙ୍କ ଚିହ୍ନଟ ପାଇଁ କ୍ରାଇମବ୍ରାଞ୍ଚର ତନାଘନା ! ହ୍ୱାଟସଆପ୍ ଗ୍ରୁପ୍ ଆଡମିନଙ୍କ ଠାରୁ ମଗାଯାଉଛି ତଥ୍ୟ

43

କନକ ବ୍ୟୁରୋ : ସୋସିଆଲ ମିଡିଆରେ ହିଂସା ଉପୁଜାଉଥିବା ବ୍ୟକ୍ତିଙ୍କ ବିରୋଧରେ ସରକାରଙ୍କ ଆଭିମୁଖ୍ୟ କଡ଼ା ହୋଇଛି । ଏ ନେଇ କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ସ୍ପେଶାଲ ଡିଜି କ୍ରାଇମ୍ ବିକେ ଶର୍ମା । ଫେସବୁକ୍ ଓ ୧ ହ୍ୱାଟସଆପ୍ ପୋଷ୍ଟକୁ ଅନୁଧ୍ୟାନ କରାଯାଉଛି । କେଉଁ ହ୍ୱାଟସଆପ୍ ଗ୍ରୁପ ଓ ଫେସବୁକ୍ ଆକାଉଂଟରୁ ବିଦ୍ୱେଷ ସୃଷ୍ଟିକାରୀ ଗୁଜବ ପ୍ରଚାର କରାଯାଉଛି, ଏ ନେଇ ତଥ୍ୟ ସଂଗ୍ରହ କରୁଛି କ୍ରାଇମବ୍ରାଂଚ । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଗୁଜବ ସୃଷ୍ଟିକାରୀଙ୍କୁ ଚିହ୍ନଟ କରିବା ପାଇଁ ସାଇବର ସେଲ୍ ଉଦ୍ୟମ ଚଳାଇଛି । ସାଇବର କ୍ରାଇମ୍ ଥାନାରେ ମାମଲା ରୁଜୁ ସହ ଜଣେ ଇନସପେକ୍ଟର ରାଙ୍କର ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯାଇଛି ।ହ୍ୱାଟସଆପ୍ ଓ ଅନ୍ୟ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରି ସାଂପ୍ରଦାୟିକ ସଂଘର୍ଷକୁ ଉସୁକାଇବା ଘଟଣାର ତଦନ୍ତ ଜାରି ରହିଛି । ସୋସିଆଲ ମିଡିଆର ଦୁରୂପଯୋଗ ରୋକିବାକୁ ଜରୁରୀ ସୂଚନା ସବୁ ସେୟାର କରିବାକୁ ନିବେଦନ କରିଛନ୍ତି କ୍ରାଇମବ୍ରାଂଚ୍ ସ୍ପେଶାଲ ଡିଜି ବିକେ ଶର୍ମା ।