ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା : ଡ୍ରାଇଭର ନାଁରେ ଏତଲା ଦେଲା ବନବିଭାଗ

130

କନକ ବ୍ୟୁରୋ : ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ଡ୍ରାଇଭର ନାଁରେ ଏତଲା ଦେଲା ବନବିଭାଗ । ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ । ଏହା ସହିତ ବନବିଭାଗ ପକ୍ଷରୁ ତନାଘନା ଆରମ୍ଭ କରାଯାଇଛି । ବସନ୍ତପୁର ଓ କେନ୍ଦୁଝର ଷ୍ଟେସନ ମଝିରେ ଏହି ଦୁର୍ଘଟଣା ଘଟିଛି । କେନ୍ଦୁଝର ସଦର ବନାଂଚଳରେ ରେଳଧାରଣା ପାର ହେଉଥିବାବେଳେ ମାଲବାହୀ ଟ୍ରେନ ଧକ୍କାରେ ହାତୀର ହୋଇଥିଲା ମୃତ୍ୟୁ ।

କେନ୍ଦୁଝର ସଦର ବ୍ଲକ ନରଣପୁର ଷ୍ଟେସନ ନିକଟ ରାମଚନ୍ଦ୍ରପୁର ପ୍ଲାଂଟ ପାଖ ରେଳଧାରଣାରେ ଗତ ରାତି ପ୍ରାୟ ୧୦ଟାବେଳେ ଏକ ମାଲବାହୀ ଟ୍ରେନ ଧକ୍କାରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଛି । ପ୍ରାୟ ୯ଟି ହାତୀ ରେଳ ଧାରଣା ପାର ହେଉଥିଲେ । ଗୋଟିଏ ହାତୀ ଟ୍ରେନ ଧକ୍କାରେ ପ୍ରାଣ ହରାଇଥିଲାବେଳେ ଅନ୍ୟଗୁଡିକ ଅଳ୍ପକେ ବର୍ତିଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିଛନ୍ତି । ଏହି ଅଂଚଳରେ ସାଧାରଣତଃ ଅନେକ ସମୟରେ ହାତୀ ବିଚରଣ କରିଥାନ୍ତି । ହାତୀପଲ ରେଳ ଧାରଣା ପାରି ହେଉଥିବାବେଳେ ମାଲବାହୀ ଟ୍ରେନ ଆଗରେ ପଡିଯାଇଥିଲେ । ତେବେ ଗୋଟିଏ ମାଈ ହାତୀ ଧାରଣାରେ ଥିବାରୁ କଟିଯାଇ ମୃତ୍ୟୁ ହୋଇଛି ।