ଅଧିକ ଜନସଂଖ୍ୟା ଯୋଗୁଁ ଚିନ୍ତାରେ ଚୀନ୍ ! କ୍ୟାପସୁଲ ହୋଟେଲରେ ରହୁଛନ୍ତି ଲୋକେ

42

ବିିଶ୍ୱର ସର୍ବାଧିକ ଜନବହୁଳ ଦେଶ ହେଲା ଚୀନ । ସବୁଠାରୁ ଅଧିକ ଲୋକ ବସବାସ କରନ୍ତି ଏହି ଦେଶରେ । ଅଧିକ ଲୋକ ଯୋଗୁଁ ଏବେ ଦେଶରେ ରହିବା ପାଇଁ ଅସୁବିଧା ହେଉଛି । ତେବେ ଏନେଇ ଚୀନରେ ରହିଛି କ୍ୟାପସୁଲ ହୋଟଲ୍ । ଅଜବ ଧରଣ ସାଜସଜ୍ଜା ଯୋଗୁଁ କ୍ୟାପସୁଲ ହୋଟଲ ବେଶ୍ ଚର୍ଚ୍ଚାରେ ରହିଛି । କିନ୍ତୁ ଅଗ୍ନି ନିରାପତ୍ତା ସୁବିଧା ନଥିବାରୁ କ୍ୟାପସୁଲ ହୋଟେଲକୁ ମିଳିପାରି ନାହିଁ ଲାଇସେନ୍ସ । ସର୍ବପ୍ରଥମେ ଜାପାନରେ ଏପରି ଘର ତିଆରି ହେଉଥିଲା । କିନ୍ତୁ ସେଠାରେ କେବଳ ଶବ ରଖିବା ପାଇଁ ଏପରି ଘର ତିଆରି ହେଉଥିଲା ।

ଚୀନର ସଂଘାଇ ସହରରେ ଥିବା କ୍ୟାପସୁଲ ହୋଟେଲ ୩୦୦ ସ୍କ୍ୱୟାର ମିଟର ବଡ଼ ଅଟେ । ହୋଟେଲର ମାଲିକ ଟା ଜାନଙ୍କ କହିବା ଅନୁସାରେ ବିନା ଲାଇସେନ୍ସରେ ସେ ଏହି ହୋଟେଲକୁ ବ୍ୟବସାୟ ଉଦ୍ଦେଶ୍ୟରେ ଖୋଲି ପାରିବେ ନାହିଁ । ଏହି ହୋଟଲରେ ସ୍ମୋକ୍ ଡିଟେକ୍ଟର, ଇମରଜେନ୍ସି ଲାଇଟ୍, ଫାୟାର ହାଇଡ୍ରେଟସ ଆଦିର ସୁବିଧା ଉପଲବ୍ଧ ରହିଛି । ଏସବୁ ସୁବିଧା ସତ୍ୱେ ଯାଂଚ ପରେ ଜଣାପଡ଼ିଲା ହୋଟଲକୁ ମାତ୍ର ୧ ମିନିଟରେ ଗ୍ରାସି ପାରିବ ନିଆଁ ।

ତେବେ ଅଗ୍ନି ନିରାପତ୍ତା ପାଇଁ ହୋଟେଲରେ ରହିଛି ଅନେକ ସୁବିଧା । ସୂଚନା ଅନୁସାରେ ଏହି ହୋଟେଲ ତିଆରି ସମୟରେ ଏକ ପ୍ରକାର ପ୍ଲାଷ୍ଟିିକର ବ୍ୟବହାର କରାଯାଇଛି ଯାହା ବହୁତ କ୍ଷତିକାରକ । ହୋଟେଲକୁ ବ୍ୟବସାୟ ଉଦ୍ଦେଶ୍ୟରେ ଅନୁମତି ନମଳିଥିବାରୁ ହୋଟେଲ ମାଲିକ ଦୁଃଖିତ ଅଛନ୍ତି ବୋଲି କହିଛନ୍ତି । କିନ୍ତୁ ଏପରି ନିଆରା ହେଟଲ ତିଆରି କରବା ସହ ବିଭିନ୍ନ ଦୁର୍ବଳତାକୁ ଦୂର କରବା ପାଇଁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି ।