ସୁପ୍ରିମକୋର୍ଟରେ ନାଗରିକତା ସଂଶୋଧନ ବିଲକୁ ଚ୍ୟାଲେଞ୍ଜ : ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ ପକ୍ଷରୁ ଆବେଦନ, ସେପଟେ ଜଳୁଛି ଉତ୍ତରପୂର୍ବ

531

କନକ ବ୍ୟୁରୋ : ସୁପ୍ରିମକୋର୍ଟକୁ ଗଲା ନାଗରିକତା ସଂଶୋଧନ ବିଲ । ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ ବିଲ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ସିଏବି ବା ନାଗରିକତା ସଂଶୋଧନ ବିଲ ସମ୍ବିଧାନ ବିରୋଧୀ । ସଂସଦର ଉଭୟ ସଦନରେ ପାରିତ ଏହି ବିଲୁକ ରଦ୍ଦ କରାଯାଉ ବୋଲି ଆବେଦନ କରାଯାଇଛି ।

ସେପଟେ ନାଗରିକତା ସଂଶୋଧନ ବିଲକୁ ଉତର-ପୂର୍ବ ଭାରତରେ ପ୍ରବଳ ବିରୋଧ କରାଯାଉଛି । ଆସାମ ଓ ତ୍ରିପୁରାରେ ବିଲ ବିରୋଧୀ ଆନ୍ଦୋଳନ ହିଂସାତ୍ମକ ମୋଡ ନେଇଛି । ସ୍ଥିତି ଅଣାୟତ ହେବାରୁ ସେନା ମୁତୟନ କରାଯିବା ସହିତ ଗୌହାଟିରେ କର୍ଫ୍ୟୁ ଜାରି କରାଯାଇଛି । ଗୌହାଟିର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜୋରଦାର ହେବାରୁ ପୁଲିସ ଫାଙ୍କା ଗୁଳି ଚାଳନା କରିବା ସହ ଲାଠି ଚାଳାନ କରିଥିଲା । ପ୍ରବଳ ଉତେଜନା ଯୋଗୁଁ କାଲି ସଂଧ୍ୟା ୬ଟା ୧୫ରୁ ଜାରି ହୋଇଥିବା କର୍ଫ୍ୟୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବଳବତର ରହିବ ବୋଲି ସୂଚନା ମିଳିଛି ।

 ଆସାମର ବିଭିନ୍ନ ଜିଲ୍ଲାରୁ ହଜାରେରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୁଲିସ । ଆସାମର ୧୦ଟି ଜିଲ୍ଲା ଓ ତ୍ରିପୁରାରେ ମୋବାଇଲ ଓ ଇଂଟରନେଟ୍ ସେବା ୨୪ ଘଂଟା ପାଇଁ ବନ୍ଦ ରଖାଯାଇଛି । ଉତର-ପୂର୍ବାଂଚଳ ରାଜ୍ୟଗୁଡିକରେ ଅଧିକ ୫ ହଜାର ଅର୍ଦ୍ଧସାମରିକ ବାହିନୀ ଯବାନ ମୁୟତନ ହୋଇଛନ୍ତି ।