ରାଜଧାନୀରେ ବଢ଼ୁଛି ବ୍ରାଉନସୁଗାର କାରବାର ! ହଳଦିପଡିଆ ଓ ଚିନ୍ତାମଣିଶ୍ୱରରୁ ୩୮ ଲକ୍ଷରୁ ଅଧିକ ଟଙ୍କାର ଧଳା ଜହର ଜବତ, ୩ଗିରଫ

126

କନକ ବ୍ୟୁରୋ : ରାଜଧାନୀରେ ହଳଦିପଡିଆ ବସ୍ତି ଓ ଚିନ୍ତାମଣିଶ୍ୱେର ଫିସେରି ଲେନରେ ଚାଲିଛି ବ୍ରାଉନସୁଗାର କାରବାର । ଆଜି ସକାଳେ ଅବକାରୀ ବିଭାଗ ଏହି ଦୁଇ ସ୍ଥାନରେ ଚଢାଉ କରି ୩୮୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୩୮ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ୨ ମହିଳାଙ୍କ ସମେତ ୩ ଜଣ ଗିରଫ ହୋଇଛନ୍ତି । ଏହି ବ୍ରାଉନସୁଗାର କୋଲକାତାରୁ ଭୁବନେଶ୍ୱରକୁ ଟ୍ରେନ ଯୋଗେ ଆଣୁଥିଲେ । ଏଠାରେ ଛୋଟ ଛୋଟ ପ୍ୟାକେଟ କରି ୫ଶହରୁ ହଜାରେ ଟଙ୍କାରେ ବିକ୍ରି କରୁଥିଲେ ।

ତେବେ ଗତକାଲି ରାତିରେ ବାଲେଶ୍ୱରରୁ ପ୍ରାୟ ୨ଶହ ଗ୍ରାମ ଓଜନର ବ୍ରାଉନ୍ସୁଗାର ଭୁବନେଶ୍ୱରର ୨ ଜଣ ନିଶାବେପାରି ଆଣିଥିବା ନେଇ ଅବକାରୀ ବିଭାଗକୁ ଠୋସ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଆଜି ସକାଳୁ ଅବକାରୀ ବିଭାଗର ସ୍କ୍ଵାଡ୍ ଭୁବନେଶ୍ୱରର ହଳିଦିପଡ଼ିଆ ବସ୍ତି ଓ ଚିନ୍ତାମଣିଶ୍ୱର ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୩୮ ଲକ୍ଷ ଟଙ୍କା ମୂଲ୍ୟର ଏହି ବ୍ରାଉନ୍ସୁଗାର ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିଛି । ଦୀର୍ଘଦିନ ଧରି ଅଭିଯୋଗ ହେବା ପରେ ଅବକାରୀ ବିଭାଗ ଆଜି ସକାଳେ ଏଠାରେ ଚଢାଉ କରିଥିଲା । ମାଷ୍ଟରମାଇଣ୍ଡକୁ ଧରିବା ସହ ଆଗକୁ ଚଢ଼ାଉ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ଅବକାରୀ ପୋଲିସ୍ ଅଧିକାରୀ ।