ମାତ୍ର ୩୦ ସେକେଣ୍ଡରେ ବୁକ୍ ହେବ ତତ୍କାଳ ଟିକଟ ! ଜାଣନ୍ତୁ ଏହାର ଉପାୟ

99

ତତ୍କାଳ ଟିକଟ ବୁକ୍ କରିବା ପାଇଁ ଚାହୁଁଛନ୍ତି କି ? ଏବେ ଆପଣ ଘରେ ବସି ବସି ମାତ୍ର ୩୦ ସେକେଣ୍ଡରେ ବୁକ କିରପାରିବେ ତତ୍କାଳ ଟିକଟ । ତେବେ ଏଥିପାଇଁ ଭଲ ଇଣ୍ଟରନେଟ୍ ବେଗ ଓ ବୁକିଂ ଆରମ୍ଭ କରିବା ପୂର୍ବରୁ କିଛିି ପ୍ରସ୍ତୁତି କରନିଅନ୍ତୁ । ଯାହା ଆପଣଙ୍କ ପାଇଁ ସହଜ ହେବ ଏବଂ ସହଜରେ ଆପଣ ଟିକଟ ବୁକ କରିପାରିବେ । ତତ୍କାଳ ଟିକଟ ବୁକ୍ କରିବା ପାଇଁ ଓ ଆପଣଙ୍କ କାମକୁ ଅଧିକ ସରଳ କରିବା ପାଇଁ ବାୟହଟକେ ଡଟ୍ କମ ‘ତତ୍କାଳ ଫର ସିଓର’ ଏକ୍ସଟେନସନ ଆଣିଛି । ବାୟହଟକେର ସଂସ୍ଥାପକ ଓ ସିଇଓ ଗୌରବ ଦାହାକେ ଆଜତକ ସହ କଥାବାର୍ତ୍ତା ସମୟରେ ଏକଥା ଜଣାଇଛନ୍ତି । ସେ କହିଛନ୍ତି ଏହି ଏକ୍ସଟେନସନ ଜରିଆରେ କେହି ବି ମାତ୍ର ୩୦ ସେକେଣ୍ଡ ଭିତରେ ହିଁ ଟିକଟ ବୁକ କରିପାରିବେ ।

ସୂଚନା ଅନୁସାରେ ମାତ୍ର ୩୫ ଦିନ ପୂର୍ବରୁ ଆସିଥିବା ଏହି ବ୍ରାଉଜର ଏକ୍ସଟେନସନ ସହ ଏବେ ପର୍ଯ୍ୟନ୍ତ ୧.୫ ଲକ୍ଷ ଗ୍ରାହକ ଯୋଡ଼ି ହୋଇସାରିଛନ୍ତି । ଏହାସହ ଜଣାପଡ଼ିଛି ଏକ୍ସଟେନସନ ଜରିଆରେ ପ୍ରାୟ ୮୫ ପ୍ରତିଶତ ସଫଳ ବୁକିଂ ହୋଇଛି । ଆସନ୍ତୁ ଜାଣିବା କିପିରି ଏହି ଏକ୍ସଟେନସନ ଆପଣଙ୍କୁ ତତ୍କାଳ ଟିକଟ ବୁକ କରିବାରେ ସାହଯ୍ୟ କରିବ । ‘ତତ୍କାଳ ଫର ସିଓର’ ଏକ ଇଂଟରନେଟ୍ ବ୍ରାଉଜର ଏକ୍ସଟେନସନ । ଏହାକୁ ଆପଣ ନିଜର କ୍ରୋମ୍ ଓ ମୋଜିଲା ଫାୟାରଫକ୍ସ ବ୍ରାଉଜରରେ ଆଡ଼ କରିବା ପାଇଁ ପଡ଼ିବ । ଥରେ ଯଦି ଆପଣ ଏକ୍ସଟେନସନକୁ ଆଡ଼ କରିଦିଅନ୍ତି , ଏହାପରେ ଆପଣ ଯେବେ ଚାହିଁବେ ତତ୍କାଳ ଟିକଟ ବୁକ କରିପାରିବେ ।

 

ସୂଚନାଯୋଗ୍ୟ ତତ୍କାଳ ଟିକଟ ବୁକ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଆପଣଙ୍କୁ ଏକ୍ସଟେନସନରେ ସମସ୍ତ ବିବରଣୀ ଦେବାକୁ ପଡ଼ିବ । ଯାହାଙ୍କ ପାଇଁ ଟିକଟ ବୁକ କରୁଛନ୍ତି ତାଙ୍କ ନାମ, କେଉଁଠାରୁ କେଉଁ ପର୍ଯ୍ୟନ୍ତ ଟିକଟ ବୁକ ହେବ ଆଦି ତଥ୍ୟ ପ୍ରଦାନ କରିବା ପାଇଁ ପଡ଼ିବ । ପେମେଂଟ ପାଇଁ ଡେବିଟ୍ କିମ୍ବା କ୍ରେଡିଟ କାର୍ଡ଼ର ବିବରଣୀ ସମେତ ଅନ୍ୟ ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ପଡ଼ିବ । ସକାଳ ୧୦ରେ ତତ୍କାଳ ଟିକଟ ବୁକିଂ ପୂର୍ବରୁ ସମସ୍ତ ବିବରଣୀକୁ ପ୍ରସ୍ତୁତ ରଖନ୍ତୁୁ । ଯେପିର ବୁକିଂ ଆରମ୍ଭ ହୋଇଯିବ ଆପଣଙ୍କୁ ଏକ୍ସଟେନସନରେ ‘ବୁକ୍ ନାଓ’ ଅପ୍ସନରେ କ୍ଲିକ୍ କରିିବା ପାଇଁ ପଡ଼ିବ ଏବଂ ଏହାପରେ ସମସ୍ତ କାମ ଆପେ ଆପେ ହୋଇଯିବ ।

ବୁକ ନାଓ ବିକଳ୍ପ ବାଛିବା ପରେ ଏକ୍ସଟେନସନ ଆପଣଙ୍କୁ ଆଇଆରସିଟିସର ୱେବସାଇଟକୁ ନେଇଯିବ । ଏଠାରେ ପହଞ୍ଚିଲା ପରେ ଆପଣଙ୍କୁ କେବଳ ଏକ କ୍ୟାପଚା trainଏଂଟର କରିବା ପାଇଁ ପଡ଼ିବ । ଏହାସହ ଶେଷର ପେମେଣ୍ଟ ସମୟରେ ଆପଣଙ୍କୁ ଓଟିିପି ଏଂଟର କରିବା ପାଇଁ ପଡ଼ିବ ଏବଂ ଟିକଟ ବୁକ ହୋଇଯିବ । ଏହା ବ୍ୟତୀତ ଯଦି ଆପଣଙ୍କ ଇଂଟରନେଟ୍ ବେଗ ଭଲ ଅଛି ତେବେ ୩୦ରୁ ୩୫ ସେକେଣ୍ଡ ମଧ୍ୟରେ ଟିକଟ ବୁକ ହୋଇଯିବ । ତେବେ ସୂଚନା ଅନୁସାରେ  ଏବେ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଅନୁସାରେ ସର୍ବାଧିକ ୧ ମିନିନ ସମୟ ଲାଗିଛି ତତ୍କାଳ ଟିକଟ ବୁକିଂ ପାଇଁ ।

ସୂଚନା ଅନୁସାରେ ଏକ୍ସଟେନସନ ସମ୍ପୂର୍ଣ୍ଣ ମାଗଣା ଓ ଏହାକୁ ମୋବାଇଲ ଆପ୍ ଜରିଆରେ ବ୍ୟବହାର କରାଯାଇପାରିବ । ତେବେ ଏକ୍ସଟେନସନରେ ଯେଉଁ ବିବରଣୀ ଆପଣ ଦେଉଛନ୍ତି ତାହା କେବଳ ବ୍ରାଉଜରରେ ସେଭ ରହିବ । ଏକ୍ସଟେନନରେ ଦିଆଯାଇଥିବା ତଥ୍ୟ କମ୍ପାନୀର କୌଣସି ସର୍ଭରରରେ ସେଭ୍ ହେବ ନାହିଁ । ଏହାର ଅର୍ଥ ଏହି ପ୍ରକିୟା ପୁରାପୁରି ସୁରକ୍ଷିତ ।