ରବି ଟକିଜ ନିକଟରେ ଫୁଟିଲା ବୋମା : ଚଳନ୍ତା ଅଟୋରେ ବିସ୍ଫୋରଣ ଅଭିଯୋଗ, ଡ୍ରାଇଭର ଗୁରୁତର

342

କନକ ବ୍ୟୁରୋ : ରବି ଟକିଜ ନିକଟରେ ଫୁଟିଲା ବୋମା । ଏକ ଚଳନ୍ତା ଅଟୋରେ ବିସ୍ଫୋରଣ ଭଳି ଏକ ସାଂଘାତିକ୍ ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ଅଟୋ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ରାତି ପ୍ରାୟ ୮ଟା ବେଳେ ଜେ. ଗୋବିନ୍ଦ ରାଓ ନାମକ ଜଣେ ଅଟୋ ଚାଳକ ଅଟୋ ନେଇ ଯାଉଥିବା ସମୟରେ ବିଜେପି ନଗର ନିକଟରେ ଏହି ଅଘଟଣ ଘଟିଛି । ଜେ. ଗୋବିନ୍ଦ ରାଓ କିଛି ଶ୍ରମିକକୁ ଛାଡ଼ି ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି । ବିଜେପି ନଗରରୁ ଟଙ୍କପାଣି ନଗର ଯାଉଥିବା ବେଳେ ଅଚାନକ୍ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି ।

ଏଥିରେ ସଂପୃକ୍ତ ଅଟୋ ଚାଳକଙ୍କ ଡାହାଡ ପଟ ଗୋଡ଼ ଏବଂ ମୁଣ୍ଡରେ ଆଘାତ ଲାଗିଛି । ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ବଡ଼ଗଡ଼ ଥାନା ପୁଲିସ ତଦନ୍ତ କରୁଛି । ତେବେ ଅଟୋ ଡ୍ରାଇଭରଙ୍କ କହିବା ଅନୁସାରେ ବ୍ୟାଟିରୀ ବିସ୍ଫୋରଣ ହୋଇଛି । ତେବେ ପୁଲିସ୍ ବ୍ୟାଟେରୀ ବିସ୍ପୋରଣ ଘଟିନାହିଁ ବୋଲି ସ୍ପଷ୍ଟ କରିଛି । ତେବେ ଏହି ବୋମା କେଉଁଠୁ ଆସିଲା, କେଉଁଠିକୁ ଯାଇଥିଲା ଏବଂ କେଉଁ ଉର୍ଦ୍ଦେଶ୍ୟରେ ନେଇ ଯାଉଥିଲେ ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ୍ ।