ନିଆଳିରେ ପୁଣି ବୋମା ମାଡ ! ଗତକାଲି ରାତିରେ ପୋଲସର ଗାଁର ଅଲେଖ ଖଟୋଇଙ୍କ ବଲେରୋ ଗାଡି ଉପରକୁ ବୋମା ଫିଙ୍ଗିରେ ଦୁର୍ବୃତ୍ତ

24

କନକ ବ୍ୟୁରୋ : କଟକ ଜିଲ୍ଲା ନିଆଳି ଥାନା ଅଂଚଳରେ ପୁଣି ବୋମା ମାଡ । ଗତକାଲି ରାତିରେ ପୋଲସର ଗାଁର ଅଲେଖ ଖଟୋଇଙ୍କ ବଲେରୋ ଗାଡି ଉପରେ ବୋମା ମାଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ବଲେରୋ ଉପରେ ବୋମା ଫିଙ୍ଗି ଖସି ଯାଇଛନ୍ତି । ବୋମା ମାଡରେ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ବୋମା ମାଡ ହୋଇଥିବା ସନ୍ଦେହ କରାଯାଉଛି । ଡିସେମ୍ବର ୩୧ ରାତିରେ ପୋଖରୀ ଗାଁରେ ହୋଇଥିବା ବୋମା ମାଡ ଓ ଫାଙ୍କା ଗୁଳି ଚାଳନା ହୋଇଥିଲା । ତାକୁ ନେଇ ଗତକାଲି ରାତିରେ ପୋଖରୀ ଗାଁରେ ଶାନ୍ତି କମିଟି ବୈଠକ ବସିଥିଲା । ଆଉ ଏପଟେ ପୋଲସରା ଗାଁରେ ବୋମା ମାଡ ଘଟଣା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।