କନକ ବ୍ୟୁରୋ : କଟକ ଜିଲ୍ଲା ନିଆଳି ଥାନା ଅଂଚଳରେ ପୁଣି ବୋମା ମାଡ । ଗତକାଲି ରାତିରେ ପୋଲସର ଗାଁର ଅଲେଖ ଖଟୋଇଙ୍କ ବଲେରୋ ଗାଡି ଉପରେ ବୋମା ମାଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ବଲେରୋ ଉପରେ ବୋମା ଫିଙ୍ଗି ଖସି ଯାଇଛନ୍ତି । ବୋମା ମାଡରେ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଛି ।
ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ବୋମା ମାଡ ହୋଇଥିବା ସନ୍ଦେହ କରାଯାଉଛି । ଡିସେମ୍ବର ୩୧ ରାତିରେ ପୋଖରୀ ଗାଁରେ ହୋଇଥିବା ବୋମା ମାଡ ଓ ଫାଙ୍କା ଗୁଳି ଚାଳନା ହୋଇଥିଲା । ତାକୁ ନେଇ ଗତକାଲି ରାତିରେ ପୋଖରୀ ଗାଁରେ ଶାନ୍ତି କମିଟି ବୈଠକ ବସିଥିଲା । ଆଉ ଏପଟେ ପୋଲସରା ଗାଁରେ ବୋମା ମାଡ ଘଟଣା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/Screen-shot-2018-01-08-at-8.10.40-AM.png)