ଭଦ୍ରକ ପ୍ରଚାର ମଇଦାନରେ ବଲିଉଡ ଷ୍ଟାର ! କଂଗ୍ରେସ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ରାଜ୍ ବବର

204

କନକ ବ୍ୟୁରୋ : ଭଦ୍ରକ ପ୍ରଚାର ମଇଦାନରେ ବଲିଉଡ ଷ୍ଟାର । ଭଦ୍ରକର କଂଗ୍ରେସ ବିଧାୟକ ପ୍ରାର୍ଥୀ ନଳିନୀ ମହାନ୍ତି ଓ ସାଂସଦ ପ୍ରାର୍ଥୀ ମଧୁମିତା ସେଠୀଙ୍କ ପାଇଁ ରୋଡ ସୋ କରି ପ୍ରଚାର କରିଛନ୍ତି ରାଜ୍ ବବର । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭଦ୍ରକ ପାଇଁ ଭୋଟ ପଡିବ । ରାଜ ବବର ହେଲିକପ୍ଟର ଯୋଗେ ଭଦ୍ରକ ପୁରୁଣା ବଜାର ସ୍ଥିତ ମହାବୀର ପଡିଆରେ ପହଂଚିଥିଲେ । ଏହାପରେ କଂଗ୍ରେସ ବିରାଟ ରୋଡ ସୋ କରାଯାଇଛି । ପୁରୁଣା ବଜାରରୁ ରୋଡ ସୋ ଆରମ୍ଭ ହୋଇ ସହର ପରିକ୍ରମା କରିବା ପରେ ପାର୍ଟି ଅଫିସର ପହଂଚିଥିଲା ।

ସେପଟେ ଭଦ୍ରକ ଲୋକସଭା ଆସନରେ ବି ଏଥର ରୋଚକ ଲଢେଇ ଦେଖିବାକୁ ମିଳୁଛି । ଏଠାରେ ଅଭିମନ୍ୟୁ ବନାମ ମଂଜୁଲତା ବନାମ ମଧୁମିତାଙ୍କ ମଧ୍ୟରେ ଲଢେଇ ହେବ । ବିଜେପିରୁ ଅଭିମନ୍ୟୁ ସେଠୀ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ଲଢୁଛନ୍ତି ମଂଜୁଲତା ମଣ୍ଡଳ ଓ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁମିତା ସେଠୀ । ଅଭିମନ୍ୟୁ ସେଠୀ ହେଉଛନ୍ତି ବର୍ତମାନ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ । ସେ ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଅଭିମନ୍ୟୁ ଭଦ୍ରକରେ ପ୍ରଚାରକୁ ଜୋରଦାର କରିଛନ୍ତି ।