ବଲାଙ୍ଗୀର ମେଡିକାଲରୁ ଛୁଆ ଚୋରି ଘଟଣା ! ଚୋରି ହୋଇଥିବା ଶିଶୁର ବାପାଙ୍କୁ ମାଡ ମାରିବା ଅଭିଯୋଗରେ ପାଟଣାଗଡ ଏଏସଆଇ ନିଲମ୍ବିତ

214

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଳା ପାଟଣାଗଡ ଡାକ୍ତରଖାନାରୁ ଚୋରି ଯାଇଥିବା ନବଜାତକର ବାପାକୁ ମାଡ ମାରିବା ପୁଲିସ ବାବୁଙ୍କୁ ମହଙ୍ଗା ପଡିଛି । ଚୋରି ହୋଇଥିବା ନବଜାତକର ବାପାଙ୍କୁ ପାଟଣାଗଡ ଏଏସଆଇ ମାଡ ମାରୁଥିବାର ଭିଜୁଆଲ ଭାଇରାଲ ହେବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଡାକ୍ତରଖାନାରୁ ପିଲା ଚୋରି ଘଟଣାରେ ଧାରଣା ନେଇ ବୁଧବାର ଦିନ ତମାମ୍ ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଥିଲା ।

ଜୟନ୍ତ ଓ ତାଙ୍କ ଶିଶୁ ପୁତ୍ର ଶିଶୁ ବିଭାଗ ୭୬ କ୍ୟାବିନରେ ରହୁଥିବା ବେଳେ ଜଣେ ଅଜଣା ମହିଳା ଆଶା ଦିଦି ବେଶରେ ଆସି କିଛି ସମୟ କଥାବାର୍ତ୍ତା କରିଥିଲେ । ଶିଶୁପୁତ୍ରକୁ ଖେଳାଇବା ବାହାନାରେ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଶିଶୁଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ରାସ୍ତାରୋକ୍ କରିଥିଲେ । ଏହି ସମୟରେ ନବଜାତକର ବାପାଙ୍କୁ ପିଟିଥିଲେ ପାଟଣାଗଡ ଏଏସଆଇ । ତେବେ ଶିଶୁକୁ କିଏ ଚୋରି କଲେ ସେ ପୁଲିସ ତଦନ୍ତ ଚଳାଇଥିବା ବେଳେ ଜଣେ ଅଜଣା ମହିଳା ହସ୍ପିଟାଲରେ ପଶି ୪ ଦିନର ଶିଶୁ ପୁତ୍ରକୁ ଚୋରି କରିବା ଉପରେ ପ୍ରଶ୍ନ ଉଠିଛି ।