କନକ ବ୍ୟୁରୋ : ପ୍ରଦୂଷଣ ରୋକିବାକୁ ବିଏମସିର ନିଆରା ଉଦ୍ୟମ । ସାଇକେଲରେ ଅଫିସ ଆସିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସପ୍ତାହର ଗୋଟିଏ ଦିନ ସାଇକେଲରେ ଆସିବାକୁ ଗତକାଲି ଅପିଲ କରିଥିଲେ ବିଏମସି କମିଶନର । କମିଶନରଙ୍କ ଅପିଲକୁ ପାଳନ କରି ବିଡିଏ,ବିଏମସି ଓ ବିଏସସିଏଲର କର୍ମଚାରୀମାନେ ମଧ୍ୟ ସାଇକେଲରେ କାର୍ଯ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଛି ।
ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟଥିବାବେଳେ ଉଦାହରଣ ସୃଷ୍ଟି କରିଛି ଭୁବନେଶ୍ୱରରେ ଥିବା ୩ଟି ସରକାରୀ ଅନୁଷ୍ଠାନ । ରାଜ୍ୟରେ ଏଭଳି ପ୍ରୟାସ ପ୍ରଥମ । କର୍ମଚାରୀମାନେ ସାଇକେଲିଂ କଲେ କିମ୍ବା ଚାଲିଚାଲି ଆସିଲେ ଅଧିକ ଫିଟ ରହିବେ ଓ ବାୟୁ ପ୍ରଦୂଷଣ କିଛି ମାତ୍ରାରେ କମିବ ବୋଲି କମିଶନର କହିଛନ୍ତି ।
ବିଏମସି, ବିଡିଓ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡରେ ପ୍ରାୟ ୮ ଶହ କର୍ମଚାରୀ କାମ କରୁଛନ୍ତି । ଗୋଟିଏ ଦିନ ଗାଡି ଚଳାଚଳ ବନ୍ଦ ରହିଲେ ଏହାର ପ୍ରଭାବ ରାଜଧାନୀ ଉପରେ ପଡିବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/BMC-1.jpg)