ମୃତ୍ୟୁର ଖେଳ କବଳରେ ଯୁବପୀଢି ! ବ୍ରହ୍ମପୁରରେ ନୀଳ ତିମି ପଂଝାରୁ ଉଦ୍ଧାର ହେଲେ ଇଂଜିନିୟରିଂ ଛାତ୍ର

58

କନକ ବ୍ୟୁରୋ : ମୃତ୍ୟୁର ଖେଳ କବଳରେ ଯୁବ ପୀଢି । ନୀଳ ତିମି ପଂଝାରୁ ଉଦ୍ଧାର ହୋଇଛନ୍ତି ଇଂଜିନିୟରିଂ ଛାତ୍ର । ବ୍ରହ୍ମପୁରରେ ଚତୁର୍ଥ ସୋପାନ ଅତିକ୍ରମ କରିସାରିଥିଲେ ଛାତ୍ରଙ୍କୁ ଉଦ୍ଧାର କରଇି ପୁଲିସ । ହିଂଜିଳି ଥାନା ରାଳବ ଗାଁର ଛାତ୍ର ଜଣଙ୍କ ବ୍ଲୁ ହ୍ୱେଲ ଗେମ୍ ଖେଳିବା ସହ ସମସ୍ତ ସୋପାନକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ଛାତ୍ର ଜଣଙ୍କ ହାତରେ ତିମି ମାଛର ଚିତ୍ର ଆଙ୍କିଛନ୍ତି । ତାର ଫଟୋକୁ ସେ ଫେସବୁକ୍ରେ ପୋଷ୍ଟ କରିଥିଲେ । ସେହି ପୋଷ୍ଟ ଦେଖିବା ପରେ ଜଣେ ଯୁବକ ପୁଲିସକୁ ଜଣାଇବା ପରେ ଇଂଜିନିୟରିଂ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି ।