ସମାଜ ପାଇଁ ଉଦାହରଣ ପାଲିଟିଛନ୍ତି ଦୃଷ୍ଟିହୀନ ଦମ୍ପତି : ନିଜେ ଦେଖିପାରୁନଥିଲେ ମଧ୍ୟ ଛାତ୍ରଙ୍କ ଜୀବନକୁ ଆଲୋକିତ କରୁଛନ୍ତି

59

ପ୍ରକୃତି ମଣିଷ ସମାଜର ସୁଖ ସୁବିଧା ପାଇଁ ସବୁ କିଛି ଦେଇଛି । ଅନେକ ସୁବିଧା ମିଳୁଥିବା ସତ୍ୱେ ମଣିଷ ସବୁବେଳେ ଅସନ୍ତୁଷ୍ଟ । କେଉଁ ନା କେଉଁ କାରଣରୁ ସବୁବେଳେ ଥାଏ ଅନେକ ଅଭିଯୋଗ । ହେଲେ କିଛି ଲୋକ ଏପରି ଥାଆନ୍ତି ଯେଉଁମାନଙ୍କ ପାଖରେ ଅନେକ ଅସୁବିଧା ଥିଲେ ମଧ୍ୟ ସମାଜ ପାଇଁ ସେମାନେ କିଛି କରିଯାଆନ୍ତି । ଏମିତି ଦସ୍ୱବ ଜଣ ନିଆରା ମଣିଷ ହେଲେ  ଋାୟପୁରର ଦିବ୍ୟାଙ୍ଗ ଶିକ୍ଷକ ଦମ୍ପତି ଏମ୍ ଗରୁନାଥ ଓ ଏମ ଉମା ରାନୀ । ଉଭୟେ ଦୃଷ୍ଟିହୀନ ହୋଇଥିଲେ ହେଁ ସେମାନେ ଏବେ ଅନ୍ୟକୁ ବଂଚିବାର ରାହା ଦେଖାଉଛନ୍ତି । ଏହି ଦମ୍ପତି ପ୍ରାୟ ୨୫ ବର୍ଷ ହେବ ଶିକ୍ଷାଦାନ କରି ସମାଜ ପାଇଁ ଉହାଦରଣ ପାଲଟିଛନ୍ତି ।

ଦୃଷ୍ଟିହୀନ ହୋଇଥିଲେ ହେଁ କେବେ ହାର ମାନି ନାହାନ୍ତି ଏହି ଦମ୍ପତି । ଦୁର୍ବଳତାକୁ ନିଜର ଶକ୍ତି  କରି ସମାଜ ଆଗରେ ଉପସ୍ଥାପନ କରିଛନ୍ତି  । ସମାଜର ଅନେକ ଗଞ୍ଜଣା ସତ୍ୱେ ମଧ୍ୟ ଶିକ୍ଷାର ଜ୍ୟୋତି ଜଳାଇବା ପାଇଁ ଆଗକୁ ବଢ଼ିଛନ୍ତି । ଆଉ ଆଜି ତାଙ୍କର କଠିନ ପରିଶ୍ରମ ରଙ୍ଗ ଆଣିଛି । ଅଭିଭାବକ ଓ ପିଲାମାନେ ତାଙ୍କର ପାଠପଢ଼ା ଶୈଳୀକୁ ବେଶ ପସନ୍ଦ କରୁଛନ୍ତି ।

ଏମ୍ ଗୁରୁନାଥ କହିଛନ୍ତି, ସେ ଜନ୍ମରୁ ଦୃଷ୍ଟିହୀନ । ପିଲାଦିନରୁ ହିଁ ସେ ପ୍ରଣ ନେଇଥିଲେ ସମାଜରେ ଶିକ୍ଷାର ଜ୍ୟୋତି ପ୍ରଜ୍ଜଳିତ କରିବେ । ଆଉ କଠିନ ପରିଶ୍ରମ କରିବାରେ ଲାଗିଥିଲେ । ତାଙ୍କର ଦୁଇଟି ପିଲା ଅଛନ୍ତି । ଅନ୍ୟପଟେ ତାଙ୍କ ପତ୍ନୀ କହିଛନ୍ତି ଦିବ୍ୟାଙ୍ଗ ହେବା ଯେପରି ଏକ ଅପରାଧ । ହେଲେ ଆଜି କେବଳ ଶିକ୍ଷା ପାଇଁ ସମାଜ ଆମକୁ ସମ୍ମାନ ଦେଉଛି ।

ଜଣେ ଦିବ୍ୟାଙ୍ଗ ପାଇଁ ଶିକ୍ଷା ଗ୍ରହଣ କରିବା ଯେତିକି କଷ୍ଟକର ଶିକ୍ଷାଦାନ କରିବା ମଧ୍ୟ ସେତିକି କଷ୍ଟକର । କିନ୍ତୁ ଶିକ୍ଷା ଓ ସମାଜ ପାଇଁ ଏହି ଦମ୍ପତି ବିଭିନ୍ନ ଚ୍ୟାଲେଞ୍ଜକୁ ଆପଣାଇ ଏବେ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।