ଗେରୁଆ ହେଲା ସମ୍ବଲପୁର ସିଂହାସନ : ଡାକ୍ତରାଣୀଙ୍କୁ ହରାଇ ପଦ୍ମ ଫୁଟାଇଲେ ଜୟନାରାୟଣ ମିଶ୍ର 

299

କନକ ବ୍ୟୁରୋ : ଦୀର୍ଘ ୫ ବର୍ଷ ପରେ ସମ୍ବଲପୁରରେ ଫୁଟିଲା ପଦ୍ମ । ଡାକ୍ତରାଣୀଙ୍କୁ ହରାଇ ପୁଣି ଫର୍ମକୁ ଫେରିଲେ ଜୟନାରାୟଣ ମିଶ୍ର । ବିଜେପିର ଟାଣୁଆ ନେତା ପୁଣି ଏହି ଆସନରୁ ବାଜି ମାରିନେଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦି ତଥା ବିଜେଡ଼ି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ୪୨୯୯ ଭୋଟ ବ୍ୟବଧାନରେ ହରାଇ ସମ୍ବଲପୁର ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କୁ ୫୬୮୬୨ ଭୋଟ୍ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ମିଳିଛି ୫୨୫୬୩ ଭୋଟ୍ । ୨୦୧୪ ନିର୍ବାଚନରେ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଠାରୁ ପରାସ୍ତ ହୋଇଥିଲେ ଜୟନାରାୟଣ ।

୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ସମ୍ବଲପୁର ଗାଦି ସମ୍ଭାଳିଥିଲେ ଜୟନାରାୟଣ ମିଶ୍ର । ହେଲେ ଗତ ନିର୍ବାଚନରେ ୫ ବର୍ଷ ପାଇଁ ବନବାସରେ ଚାଲିଯାଇଥିଲେ । ୨୦୦୦ ପରଠାରୁ ବିଜେପି ୩ ଥର ବିଜୟୀ ହୋଇଥିବା ବେଳେ ୨୦୧୪ରେ ବାଜି ମାରିଥିଲା ବିଜେଡି ।  ବନବାସ ସାରି ଏବେ ଫେରିଲେ ଜୟନାରାୟଣ ମିଶ୍ର ।

ସୂଚନାଯୋଗ୍ୟ ୨୦୧୪ ନିର୍ବାଚନରେ ରାସେଶ୍ୱରୀ ପାଣିଗ୍ରାହୀ ନିର୍ବାଚନ ଜିତିଥିଲେ । ୪୮ ହଜାର ୩୬୨ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କୁ ୯ ହଜାର ୯୫୮ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।