ଅଭିମନ୍ୟୁ ଦାସଙ୍କ ହତ୍ୟା ଘଟଣା ନେଇ ଆଜି ରାସ୍ତାକୁ ଓହ୍ଲାଇବ ବିଜେପି ! ସବୁ ଜିଲ୍ଲା ମୁଖ୍ୟାଳୟ ଆଗରେ ଆଜି ବିକ୍ଷୋଭ

0

କନକ ବ୍ୟୁରୋ : ଓବିସି ମୋର୍ଚ୍ଚାର ମଣ୍ଡଳ ସଭାପତି ଅଭିମନ୍ୟୁ ଦାସଙ୍କ ହତ୍ୟା ଅଭିିଯୋଗର ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇବ ବିଜେପି । ଶାସକ ବିଜେଡି ରାଜନୈତିକ ଆକ୍ରୋଶ ରଖି ଅଭିମନ୍ୟୁଙ୍କୁ ହତ୍ୟା କରିଥିବା ବିଜେପି ଅଭିଯୋଗ ଆଣିଥିଲା । ଆଉ ଏହାର ପ୍ରତିବାଦରେ ଆଜି ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଏହି ହତ୍ୟାକାଣ୍ଡରେ ହାତ ଥିବା ସିଧାସିଧା ଅଭିଯୋଗ କରଛିି ବିଜେପି ।

ଯାଜପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର୍ଯ୍ୟକ୍ରମରେ ୫ଶହରୁ ଅଧିକ କର୍ମୀଙ୍କୁ ନେଇ ରାଲି କରିଥିଲେ ଅଭିମନ୍ୟୁ । ଏଥିରେ ଇର୍ଷାନ୍ୱିତ ହୋଇ ସୁପାରି କିଲର ଜରିଆରେ ତାଙ୍କୁ ରାସ୍ତାରୁ ହଟାଇ ଦିଆଯାଇଥିବା ବିଜେପି ଗତ ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲା । ବିଜେଡିର ରାଜନୈତିକ ଅସୂୟା ଚରମସୀମାରେ ପହଁଚିଥିବା ବିଜେପି ଅଭିଯୋଗ କରିବା ସହ ପ୍ରତିବାଦରେ ଆଜି ବିକ୍ଷୋଭ କରୁଛି ।

Comments are closed.