କନକ ବ୍ୟୁରୋ : ଓବିସି ମୋର୍ଚ୍ଚାର ମଣ୍ଡଳ ସଭାପତି ଅଭିମନ୍ୟୁ ଦାସଙ୍କ ହତ୍ୟା ଅଭିିଯୋଗର ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇବ ବିଜେପି । ଶାସକ ବିଜେଡି ରାଜନୈତିକ ଆକ୍ରୋଶ ରଖି ଅଭିମନ୍ୟୁଙ୍କୁ ହତ୍ୟା କରିଥିବା ବିଜେପି ଅଭିଯୋଗ ଆଣିଥିଲା । ଆଉ ଏହାର ପ୍ରତିବାଦରେ ଆଜି ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଏହି ହତ୍ୟାକାଣ୍ଡରେ ହାତ ଥିବା ସିଧାସିଧା ଅଭିଯୋଗ କରଛିି ବିଜେପି ।
ଯାଜପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର୍ଯ୍ୟକ୍ରମରେ ୫ଶହରୁ ଅଧିକ କର୍ମୀଙ୍କୁ ନେଇ ରାଲି କରିଥିଲେ ଅଭିମନ୍ୟୁ । ଏଥିରେ ଇର୍ଷାନ୍ୱିତ ହୋଇ ସୁପାରି କିଲର ଜରିଆରେ ତାଙ୍କୁ ରାସ୍ତାରୁ ହଟାଇ ଦିଆଯାଇଥିବା ବିଜେପି ଗତ ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲା । ବିଜେଡିର ରାଜନୈତିକ ଅସୂୟା ଚରମସୀମାରେ ପହଁଚିଥିବା ବିଜେପି ଅଭିଯୋଗ କରିବା ସହ ପ୍ରତିବାଦରେ ଆଜି ବିକ୍ଷୋଭ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/Screen-shot-2017-07-13-at-8.13.32-AM.png)