ତେଜିଲା ମେୟରଙ୍କ ଇସ୍ତଫା ଓ ଗିରଫ ଦାବି: ଆଜି ରାଜ୍ୟର ସବୁ ଏନଏସି ଓ ମ୍ୟୁନିସିପାଲଟିରେ ବିଜେପିର ଦୁଇ ଘଂଟିଆ ଚକାଜାମ

24

କନକ ବ୍ୟୁରୋ : ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ଆସିଥିବା ସେକ୍ସ ସିଡି ଅଭିଯୋଗ ପ୍ରସଙ୍ଗରେ ଥମିବାର ନାଁ ଧରୁନାହିଁ ରାଜନୀତି । ଆଜି ସମସ୍ତ ବିିଜ୍ଞାପିତ ଅଂଚଳ ପରିଷଦ ଓ ମ୍ୟୁନିସିପାଲଟିରେ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଚକାଜାମ୍ ଆନ୍ଦୋଳନ କରାଯିବ ବୋଲି ବିଜେପି ଘୋଷଣା କରିଛି । ପୋଲିସ ଉପରେ ଭରସା ନଥିବାରୁ କେନ୍ଦ୍ରୀୟ ସଂସ୍ଥା ସିବିଆଇ ଦ୍ୱାରା ପୁରା ମାମଲାର ତଦନ୍ତ ଦାବି କରୁଛି ବିଜେପି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିବା ସହ ଆଜି ଚକାଜାମ୍ ଡାକରା ଦେଇଛି ବିଜେପି । ଗତକାଲି ଆନ୍ଦୋଳନକୁ ବ୍ୟାପକ କରିଥିଲା ରାଜ୍ୟ ବିଜେପିର ଯୁବମୋର୍ଚ୍ଚା । ମେୟରଙ୍କ ଇସ୍ତଫା ଦାବି କରି ଏକ ବିଶାଳ ବାଇକ ରାଲି କରିଥିଲା ଦଳ ।

ଭୁବନେଶ୍ୱର ରାମ ମନ୍ଦିର ଛଳରୁ ବିଜେପି ଯୁବ ମୋର୍ଚ୍ଚାର ଶତାଧିକ କର୍ମୀ ଏକ ବାଇକ ରାଲିରେ ମେୟରଙ୍କ ବାସଭବନ ଘେରାଉ କରିବାକୁ ଆସିଥିଲେ । ତେବେ ପହଂଚିବା ପୂର୍ବରୁ ଏମାନଙ୍କୁ ପୋଲିସ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ପୋଲିସ ପଦକ୍ଷେପ ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ ମଧ୍ୟ କରିଥିଲେ ବିଜେପି କର୍ମୀ । ମେୟରଙ୍କ ବିରୋଧରେ ଆସିଥିବା ଯୌନ କେଳେଙ୍କାରୀ ପ୍ରସଙ୍ଗରେ ତାଙ୍କ ଇସ୍ତଫା ଦାବି କରିବା ସହ ବିବାଦୀୟ ସେକ୍ସ ସିଡିର ରୁଶି ମୃତ୍ୟୁ ସହ କଣ କନେକ୍ସନ ରହିଛି ତାର ତଦନ୍ତ ଦାବି କରୁଛି ରାଜ୍ୟ ବିଜେପି । ସେହିପରି ଅନ୍ୟ ପକ୍ଷରେ କଂଗ୍ରେସ ମଧ୍ୟ ଅଂଟା ଭିଡିଛି । ଆଉ ତୀବ୍ର ଆନ୍ଦୋଳନର ଧମକ ଦେଇଛି ।

ଦେଖନ୍ତୁ ଏହି ଭିଡିଓ :