ବିଜେଡିକୁ କାଉଂଟର ! ସାରା ରାଜ୍ୟରେ ଏସପି ଅଫିସ ସାମ୍ନାରେ ବିକ୍ଷୋଭ କରିବ ବିଜେପି ଯୁବ ମୋର୍ଚ୍ଚା

26

କନକ ବ୍ୟୁରୋ : ଗତକାଲି ବିଜେଡି ହରତାଳ ବେଳେ କରିଥିବା ଗୁଣ୍ଡାଗିରିକୁ ପୁଲିସର ସୁରକ୍ଷା ପ୍ରତିବାଦରେ ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି, ହରତାଳ ବାହାନାରେ ସାରା ରାଜ୍ୟରେ ଯେଉଁ ଅରାଜକତା, ଗୁଣ୍ଡାରାଜ, ରାଜ bjpରାସ୍ତାରେ ସାଧାରଣ ଜନତାଙ୍କ ଉପରେ ଜୁଲମ ହେଲା, ତାହା ସରକାରୀ ପ୍ରାୟୋଜିତ ଥିଲା । ଏହି ଘଟଣାରେ ପୁଲିସ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଗୁଣ୍ଡାଗର୍ଦି କରୁଥିବା ବିଜେଡି କର୍ମୀଙ୍କୁ ସୁରକ୍ଷା ପ୍ରଦାନ କରୁଛି । ଏହାର ପ୍ରତିବାଦରେ ଆସନ୍ତାକାଲି ରାଜ୍ୟସାରା ସମସ୍ତ ଏସପି କାର୍ଯ୍ୟାଳୟ ସାମନାରେ ବିଜେପି ଯୁବ ମୋର୍ଚ୍ଚା ବିକ୍ଷୋଭ କରିବ ଓ ଧାରଣା ଦେବ ।

ସୂଚନାଯୋଗ୍ୟ, ଗତକାଲି ବିଜେଡିର ହରତାଳ ହିଂସାର ରୂପ ନେଇଥିଲା । ୫ ଘଂଟାର ଏହି ହରତାଳ ସମୟରେ ରାଜରାସ୍ତାରେ ଚାଲିଲା ଆତଙ୍କରାଜ । ଆନ୍ଦୋଳନକାରୀମାନେ ହାତରେ ଲାଠି ଧରି ଯାହାକୁ ପାରିଲେ ପିଟିଲେ । କାରର କାଚ ବି ଭାଙ୍ଗିଲେ, କିନ୍ତୁ ସତେ ଯେମିତି ତାହା ଯଥେଷ୍ଟ ନଥିଲା । ଆନ୍ଦୋଳନକାରୀମାନେ ଆମ୍ବୁଲାନ୍ସକୁ ବି ବାଟ ଛାଡିଲେ ନାହିଁ । ଫଳରେ ଓଡିଶା ଏହି ୫ ଘଂଟା ଭିତରେ ସଂପୂର୍ଣ୍ଣ ଠପ ହୋଇଗଲା