ଓଡିଶା ଗସ୍ତରେ ମୋଦିଙ୍କୁ ପତ୍ର ଦେଇ ମରଣାନ୍ତକ ଆକ୍ରମଣ ଶିକାର ହୋଇଥିଲେ ପାର୍ବତୀ ସାସମଲ ! ଏନେଇ ବିଜେଡିକୁ ଆଜି ଟାର୍ଗେଟ କରିଛି ବିଜେପି

1

କନକ ବ୍ୟୁରୋ : ବିଜେଡିକୁ ଆଜି ପୁଣି ଥରେ ଟାର୍ଗେଟ କରିଛି ବିଜେପି । ଏରସମା କାଳିକୁଦ ଗାଁର ମହିଳା ପାର୍ବତୀ ସାସମଲଙ୍କୁ ନେଇ ଦଳ ଏହି ବିଜେଡି ଉପରେ ବର୍ଷିଛି । ଓଡିଶା ଗସ୍ତ ସମୟରେ ପାର୍ବତୀ ଭୁବନେଶ୍ୱରରେ ମୋଦିଙ୍କୁ ଏକ ପତ୍ର ଦେଇଥିଲେ ।

ଏହାପରେ ଏରସମାରେ ପାର୍ବତୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ବିଜେଡି ଜାଣିଶୁଣି ପାର୍ବତୀଙ୍କ ଉପରେ ଆକ୍ରମଣ କରିଛି ବୋଲି ଅଭିଯୋଗ ଆଣିଛି ବିଜେପି । ଏ ନେଇ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ପାର୍ବତୀ ସାସମଲ ଓ ପରିବାରବର୍ଗ ଉପସ୍ଥିତ ଥିଲେ ।


Comments are closed.