କନକ ବ୍ୟୁରୋ : ବିଜେଡିକୁ ଆଜି ପୁଣି ଥରେ ଟାର୍ଗେଟ କରିଛି ବିଜେପି । ଏରସମା କାଳିକୁଦ ଗାଁର ମହିଳା ପାର୍ବତୀ ସାସମଲଙ୍କୁ ନେଇ ଦଳ ଏହି ବିଜେଡି ଉପରେ ବର୍ଷିଛି । ଓଡିଶା ଗସ୍ତ ସମୟରେ ପାର୍ବତୀ ଭୁବନେଶ୍ୱରରେ ମୋଦିଙ୍କୁ ଏକ ପତ୍ର ଦେଇଥିଲେ ।
ଏହାପରେ ଏରସମାରେ ପାର୍ବତୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ବିଜେଡି ଜାଣିଶୁଣି ପାର୍ବତୀଙ୍କ ଉପରେ ଆକ୍ରମଣ କରିଛି ବୋଲି ଅଭିଯୋଗ ଆଣିଛି ବିଜେପି । ଏ ନେଇ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ପାର୍ବତୀ ସାସମଲ ଓ ପରିବାରବର୍ଗ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-25-13h44m45s467.png)