ଲୋକସଭା ନିର୍ବାଚନ ଜିତିବା ପାଇଁ ବିଜେପିର ନୂଆ ଯୋଜନା ନୁହେଁ ତ, ନମୋ ଏଗେନ୍ ସ୍ୱେଟ୍ ସାର୍ଟ ପିନ୍ଧି ସଂସଦ ପହଞ୍ଚିଲେ ବିଜେପି ମନ୍ତ୍ରୀ . . . .

157

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ଦଳ ଭିନ୍ନ ଭିନ୍ନ ଭାବେ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି । ଭାଜପା ଠାରୁ ଆରମ୍ଭ କରି କଂଗ୍ରେସ ପର୍ଯ୍ୟନ୍ତ ସମସ୍ତ ଦଳ ନିର୍ବାଚନୀ ମୁଡ଼ରେ ଅଛନ୍ତି । ବିଭିନ୍ନ ସ୍ଥାନକୁ ଯାଇ ଦଳର ଶୀର୍ଷ ନେତାମାନେ ରାଲି ଆରମ୍ଭ କରିଦେଲେଣି । ଲୋକଙ୍କୁ ନିଜ ଆଡ଼େ ଆକର୍ଷିତ କରିବା ପାଇଁ ପ୍ରତିଶ୍ରୁତି ପର୍ବ ବି ଆରମ୍ଭ ହୋଇଗଲାଣି । ବିଜୟ ଲାଭ ପାଇଁ ସବୁ ଦଳର ନେତା ନିଜ ନିଜର ରଣନୀତି ଉପଯୋଗ କରି ପ୍ରଚାର କରିବାରେ ବ୍ୟସ୍ତ ।

 

ଅନ୍ୟପଟେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ନରେନ୍ଦ୍ର ମୋଦିଙ୍କୁ ଆଉ ପ୍ରଧାନମନ୍ତ୍ରୀ କରିବା ପାଇଁ କ୍ୟାମ୍ପେନ୍ କରାଯାଉଛି । ଆଉ ଏଥିରେ ନମୋ ଏଗେନ୍ ସ୍ୱେଟ୍ ସାର୍ଟ ପିନ୍ଧିବାର ଚ୍ୟାଲେଞ୍ଜ ଦିଆଯାଉଛି । ବିଜେପି ଦଳ ନେତା ଅନୁରାଗ ଠାକୁର ଏହି ଚ୍ୟାଲେଞ୍ଜରେ ସାମିଲ ହୋଇଛନ୍ତି । ସେ ନମୋ ଏଗେନ୍ ସ୍ୱେଟ୍ ସାର୍ଟ ପିନ୍ଧି ସଂସଦ ପହଞ୍ଚିଥିଲେ । ସୋସିଆଲ୍ ମିଡ଼ିଆରେ ତାଙ୍କ ଫଟୋ ଖୁବ୍ ଭାଇରାଲ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଟ୍ୱଟ୍ କରି ଅନୁରାଗ ଠାକରୁଙ୍କ ଲେଖିଛନ୍ତି ଭଲ ଲାଗୁଛ ଅନୁରାଗ । ଆଉ ଯାହାପରେ ଏହି ସ୍ୱେଟ ସାର୍ଟ ପନ୍ଧିବା ନେତାଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଅନେକ ବିଜେପି ନେତା ସ୍ୱେଟ୍ ସାର୍ଟ ପିନ୍ଧ ଫଟୋ ପୋଷ୍ଟ କରିବାର ଦେଖାଯାଉଛି ।

ଆଉ ଜଣେ ବିଜେପି ମନ୍ତ୍ରୀ ଥାବରଚନ୍ଦ ଗହଲୋତ ମଧ୍ୟ ନମୋ ଏଗେନ୍ ସ୍ୱେଟ୍ ସାର୍ଟ ପିନ୍ଧି ନିଜ ଫଟୋ ସେୟାର କରିଥିଲେ । ସେ ଟ୍ୱିଟ୍ କରି କହିଛନ୍ତି ମୁଁ ତ ପିନ୍ଧିନେଇଛି । ଆପଣ ବି ପିନ୍ଧନ୍ତୁ । ୨୦୧୯ରେ ପୁଣି ଥରେ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ରୂପରେ ଆସନ୍ତୁ ବୋଲ ସଂକଳ୍ପ ନିଅନ୍ତୁ ବୋଲି ମଧ୍ୟ ଅନୁରୋଧ କରିଛନ୍ତି । ତେବେ ବିରୋଧୀ ଦଳର ନେତା ଏହାକୁ କେବଳ ନିର୍ବାଚନୀ ପ୍ରଚାର ବୋଲି କହୁଛନ୍ତି ।