ପୁଣି ଜଣେ ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ ! ରାହୁଲଙ୍କୁ ‘ରାବଣ’ ଓ ପ୍ରିୟଙ୍କାଙ୍କୁ କହିଲେ ‘ସୂର୍ପଣଖା’

141

କନକ ବ୍ୟୁରୋ : ସକ୍ରିୟ ରାଜନୀତରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରବେଶ ପରେ ଜାତୀୟ ରାଜନୀତି ସରଗରମ ହୋଇଉଠିଛି । କଂଗ୍ରେସର ଏହି ପଦକ୍ଷେକୁ କେହି ସମାଲୋଚନା କରୁଛି ତ ଆଉ କିଏ ଉଚିତ ପଦକ୍ଷେପ ବୋଲି କହୁଛି । କଂଗ୍ରେସର ଦଳୀୟ ଦାୟିତ୍ୱ ନେବା ପରେ ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟ ରାଜନୀତିରେ ପ୍ରବେଶକୁ ନେଇ ଯେମିତି ଚର୍ଚ୍ଚା ହୋଇଥିଲା, ତାହାଠାରୁ ଅଧିକ ଚର୍ଚ୍ଚା ହେଉଛି-ତାଙ୍କ ସଂପର୍କରେ ବିଜେପି ନେତା ରଖୁଥିବା ବୟାନକୁ ନେଇ । ତେବେ ପୁଣି ଥରେ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବିବାଦୀୟ ଟପ୍ପଣୀ ଦେଇଛନ୍ତି ଜଣେ ବିଜେପି ବିଧାୟକ ।

ଉତ୍ତରପ୍ରଦେଶ ବାଲିଆର ବିଜେପି ବିଧାୟକ ସୁରେନ୍ଦ୍ର ସିଂ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାମାୟଣର ସୂର୍ପଣଖା ସହ ତୁଳନା କରିଛନ୍ତି । ମଙ୍ଗଳବାର ଦିନ ବିଜେପି ବିଧାୟକ ସୁରେନ୍ଦ୍ର ସିଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ରାବଣ ଓ ତାଙ୍କ ଉଭୟଣୀଙ୍କୁ ସୂର୍ପଣଖା ବୋଲି ବୟାନ ଦେଇଥିଲେ । ସୂଚନାଯୋଗ୍ୟ ନିକଟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳର ମହାସଚିବ କରାଯାଇଛି ଏବଂ ତାଙ୍କୁ ୟୁପିର କମାଣ ଦିଆଯାଇଛି ।

ବିଜେପି ବିଧାୟକ ସୁରେନ୍ଦ୍ର ସିଂ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଲାବେଳେ କହିଛନ୍ତି କଂଗ୍ରେସ ଏକ ଭଙ୍ଗା ନାଆ । କେତେବେଳେ ଯେ ବୁଡ଼ିବ କିଛି ଠିକଣା ନାହିଁ । କେବଳ ଏସସି, ଏସସି ଆକ୍ଟ ବଳରେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜୟ ହାସଲ କରିଛି କଂଗ୍ରେସ । ଆପଣ ସମସ୍ତ ଜାଣନ୍ତି ଯେତେବେଳ ରାମ ଓ ରାବଣ ଯୁଦ୍ଧ ହୋଇଥିଲା ପ୍ରଥମେ ରାବଣ ଭଉଣୀ ସୂର୍ପଣଖାକୁ ପଠାଇଥିଲା । ରାମଙ୍କ ଭୂମିକାରେ ମୋଦି, ରାବଣ ଭୂମିକାରେ ରାହୁଲ ଓ ପ୍ରିୟଙ୍କାଙ୍କୁ ସୂର୍ପଣଖା ସହ ତୁଳନା କରିଛନ୍ତି ।

ସୂଚନାଯୋଗ୍ୟ ଏହା ପୂର୍ବରୁ ମଧ୍ୟ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିଲେ ସୁରେନ୍ଦ୍ର ସିଂ । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କରୀନା କପୁର, ଚକୋଲେଟ୍ ଚେହେରା ତ ପୁଣି କିଏ ମାନସିକ ରୋଗୀ ବୋଲି କହିସାରିଛନ୍ତିି ।