ମେକ୍ ଇନ ଓଡ଼ିଶା କନକ୍ଲେଭର ସଫଳତାକୁ ନେଇ ପ୍ରଶ୍ନ କଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର

29

କନକ ବ୍ୟୁରୋ : ମେକ୍ ଇନ ଓଡ଼ିଶା କନକ୍ଲେଭର ସଫଳତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ମୁଖପାତ୍ର ଭୃଗୁ ବକ୍ସିପାତ୍ର । ମେକ୍ ଇନ୍ ଓଡ଼ିଶାରେ ୨ ଲକ୍ଷ କୋଟିର ପୁଞ୍ଜିନିବେଶ ହେବ ବୋଲି ଦର୍ଶାଯାଇଛି । ମୁମ୍ବାଇ ରୋଡ ସୋ ରୁ ୭୨ ହଜାର କୋଟି ଓ ବାଙ୍ଗାଲୁରୁ ରୋଡ ସୋ ରୁ ୯୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା ,ଯାହାକୁ ରି-ପ୍ୟାକେଜିଂ କରି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହାସହ ଓଡ଼ିଶା ବାହାରୁ ଶିଳ୍ପପତିମାନେ ଆସିଥିବାବେଳେ ଓଡ଼ିଶାର ଶିଳ୍ପପତି କୁଆଡେ ଗଲେ ବୋଲି ପ୍ରଶ୍ନ କରିଛି ବିଜେପି । ସେହିପରି ନୂଆ ପ୍ରସ୍ତାବ ସମ୍ପର୍କରେ ସରକାର କୌଣସି ତଥ୍ୟ ଦେଇନଥିବା ବେଳେ ଓଡ଼ିଶାର ବ୍ୟବସାୟୀଙ୍କୁ ସୁଯୋଗ ମିଳି ନାହିଁ ବୋଲି ବିଜେପି ଅଭିଯୋଗ କରିଛି ।