କନକ ବ୍ୟୁରୋ : ସାରା ସହର ଏବେ ହେଲାଣି ଗୈରିକ । ସବୁଆଡେ ଏବେ ବିଜେପି ପତାକା ଛାଇଗଲାଣି । କେବଳ ପତାକା ନୁହେଁ ବଡ ବଡ ହୋଡିଂ ମଧ୍ୟ ରାଜରାସ୍ତାରେ ଭରିଗଲାଣି । ରାସ୍ତାର ଡିଭାଇଡରରେ ମୋଦି, ଅମିତ ଶାହ ସମେତ ବହୁ ନେତାଙ୍କ ବଡ ବଡ ହୋଡିଂ ଲାଗିଛି ।
ସେପଟେ ନେତାଙ୍କ ବିଶାଳ କଟ୍ଆଉଟ୍ ମଧ୍ୟ ବିମାନବନ୍ଦର ଛକ ନିକଟରେ ଦେଖିବାକୁ ମିଳିଚି । ଏବେ ଭୁବନେଶ୍ୱର ସହର ପ୍ରମୁଖ ରାସ୍ତାରେ ବିଜେପି ତାର ଛାପ ଛାଡିବାକୁ ଚେଷ୍ଟା କରିଛି । ବଡ ବଡ ହୋଡିଂରେ ମୋଦି ସରକାର ଓଡିଶାର ବିକାଶରେ ବଡ ଉଦ୍ୟମ କରୁଥିବାର ବାର୍ତା ମଧ୍ୟ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/11-3.jpg)