କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି ! ଡାକ୍ତରଙ୍କୁ ଧରି ସରକାର ଷଡଯନ୍ତ୍ର କରିଥିବା ଅଭିଯୋଗ

50

କନକ ବ୍ୟୁରୋ : କୁନ୍ଦୁଲି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି । କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପାଇଁ ରାଜ୍ୟ ସରକାରକୁ ଦାୟୀ କରିବା ସହ ମୁଖ୍ୟମନ୍ତ୍ରୀ ଅବସର ନିଅନ୍ତୁ ବୋଲି କହିଛି ବିଜେପି । ଏହାସହ ଏହି ଘଟଣାରେ ରାଜ୍ୟ ସରକାର ଦୋହଲି ଯାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପ୍ରଦୀପ ପୁରୋହିତ । କୁନ୍ଦୁଲି ଘଟଣାକୁ ଚପାଇ ଦେବାକୁ ନାବାଳିକା ଉପରେ ସରକାର ଚାପ ପ୍ରୟୋଗ କରିଥିବା ବିଜେପି କହିଛି । ଏଥିପାଇଁ ଡାକ୍ତରଙ୍କୁ ଧରି ସରକାର ଷଡଯନ୍ତ୍ର କରିଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି । ଗୋଟିଏ ଝିଅର ଗଣଧର୍ଷଣ ପରି ଘଟଣାକୁ ଚପାଇବା ପାଇଁ ଉଦ୍ୟମ ଘଟଣା ରାଜ୍ୟର ପ୍ରଥମ ଘଟଣା । ଆଉ ଏହା ସାରା ରାଜ୍ୟ ପାଇଁ ବଡ଼ ଦୁଃଖଦ ଘଟଣା ବୋଲି କହିଛି ବିଜେପି ।

kunduli-case-1-1କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜନୀତି ବେଶ୍ ସରଗରମ ରହିଛି । ଦୁଇଦିନ ପୂର୍ବରୁ କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁ ପ୍ରତିବାଦରେ ସାରା ଓଡ଼ିଶାରେ ବନ୍ଦ ପାଳନ କରାଯାଇଥିଲା । ଉଭୟ ବିଜେପି ଓ କଂଗ୍ରେସ ୧୨ ଘଂଟିଆ ବନ୍ଦ ଡାକରା ଦେଇଥିଲେ । ଓଡ଼ିଶା ବନ୍ଦ ହେଲା , ସମସ୍ତ ନିଜ ନିଜର ଦାବି ରଖିଲେ କିନ୍ତୁ କ’ଣ ପୀଡ଼ିତାଙ୍କୁ ନ୍ୟାୟ ମିଳିଲା । କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ତ ସମସ୍ତେ ତ କାନ୍ଦିବାର ଦାବି କରୁଛନ୍ତି, ହେଲେ କାହା ଆଖିରେ ଲୁହ ଦେଖାଯାଉନି । ଏବେ ବି ଘର ଅଗଣାରେ ପଡ଼ି ରହିଛି ସେ ଓଢ଼ଣୀ, ବଂଚିବା ଅପେକ୍ଷା ଯାହାକୁ ବେକରେ ଲାଗଇ ଦେବା ସହଜ ମନେ କରିଥିଲେ କୁନ୍ଦୁଲି ପୀଡ଼ିତା । ଗତକାଲି କୁନ୍ଦୁଲି ଗସ୍ତରେ ଯାଇଥିଲା ବିଜେପିର ଟିମ୍ । ମୃତ ନାବାଳିକାଙ୍କ ପରିବାରକୁ ଭେଟିବାପାଇଁ ଯାଇଥିଲା ବିଜେପିର ୧୦ ଜଣିଆ ଟିମ୍ ।  ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗତକାଲି କହିଲେ, କୁନ୍ଦୁଲି ଘଟଣା ପାଇଁ ରାଜ ସରକାର ଦାୟୀ  । କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ପ୍ରତିଦିନ କିଛି ନାଁ କିଛି ଦାବି ଉପସ୍ଥାପନ ହେଉଛି । ମୃତ୍ୟୁ ପରେ ପୀଡ଼ତାଙ୍କୁ ନ୍ୟାୟ ମିଳୁଛି କି ନାହଁ ତାହା ଆଗକୁ ଦେଖିବା ପାଇଁ ବାକି ରହିଲା ।