କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବାପରେ ଗତକାଲି ଠାରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ପର୍ବ । ଶାସକ ଦଳ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ବିଜେପିର ଅଭିଯୋଗ ଅନୁସାରେ ରାଜ୍ୟ ସରାକର କଣ୍ଟ୍ରୋଲ ଡିଲରଙ୍କ ମାଧ୍ୟମରେ ବଲବ ଓ ଆଇନ ପୁସ୍ତିକା ବିକ୍ରି କରୁଛନ୍ତି ।
ସୂଚନାଯୋଗ୍ୟ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସହ ରାଜନୈତିକ ଦଳ, ପ୍ରାର୍ଥୀ, ଶାସନାଧୀନ ଦଳ ଏବଂ ମନ୍ତ୍ରୀ ପ୍ରତିନିଧିଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦେଶାନୁସାରେ କାମ କରିବାକୁ ପଡିବ । ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ରାତି ୧୦ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ପ୍ରଚାର ଡ଼ାକବାଜି ଯନ୍ତ୍ରର ବ୍ୟବହାର ନିଷିଦ୍ଧ କରାଯାଇଛି । ସବୁଠାରୁ ବଡ଼କଥା ହେଲା ଯେ ପ୍ରଥମଥର ପାଇଁ ସୋସିଆଲ ମିଡ଼ିଆ ଉପରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ କରାଯାଇଛି ।
ନିର୍ବାଚନ ଫଳାଫଳ ଆସିବା ପର୍ଯ୍ୟନ୍ତ ଏହିସବୁ କାର୍ଯ୍ୟ କରିପାରିବେ ନାହିଁ :
୧. ଭୋଟ ପାଇଁ ଜାତି ଓ ଧାର୍ମିକ ପ୍ରବଣତା ସୃଷ୍ଟି କରିବା ଉପରେ କଟକଣା
୨ .ସତ୍ୟାସତ୍ୟ ନଥିବା ଘଟଣା ନେଇ କାହାରିକୁ ସମାଲୋଚନା କରିପାରିବେ ନାହିଁ
୩. ଭୋଟରଙ୍କୁ ଲାଂଚ ଦେଇ ଭୋଟରଙ୍କୁ ପ୍ରଭାବିତ କରିବା ଉପରେ କଟକଣା
୪ . କୌଣସି ବ୍ୟକ୍ତିଙ୍କ ଘର ଆଗରେ ଧାରଣା ଓ ବିକ୍ଷୋଭ କରିବା ନିଷେଧ
୫. କୌଣସି ମତେ ପ୍ରାର୍ଥୀ କିମ୍ବା ମନ୍ତ୍ରୀ କୌଣସି ପ୍ରକାର ଆର୍ଥିକ ମଞ୍ଜୁରୀ କିମ୍ବା ଘୋଷଣା ନିଷେଧ
୬. ଶାସନ, ସାର୍ବଜନିକ ଉପକ୍ରମ ଆଦି କ୍ଷେତ୍ରରେ ନିଯୁକ୍ତି ଦେଇପାରିବେ ନାହିଁ
୭. କୌଣସି ଦଳ କିମ୍ବା ପ୍ରାର୍ଥୀ ପତାକା ଏବଂ ନାରା ଲେଖିବା ପାଇଁ ଘରୋଇ ସମ୍ପତ୍ତି ବିନା ଅନୁମତିରେ ବ୍ୟବହାର ନିଷେଧ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/BJD-BJP-1.jpg)