ବୈଜୟନ୍ତଙ୍କୁ ପୁଣି ଘେରିଲା ବିଜେଡ଼ି ! ଇମ୍ଫା ସହ ପ୍ରତ୍ୟେକ୍ଷ ସମ୍ପର୍କ ଥିବା ଅଭିଯୋଗ, ପ୍ରାର୍ଥୀପତ୍ର ଖାରଜ କରିବା ପାଇଁ ଦାବି

283

କନକ ବ୍ୟୁରୋ : ପୁଣି ବୈଜୟନ୍ତ ପଣ୍ଡାକୁ ଟାର୍ଗେଟ କଲୋ ବିଜେଡ଼ି । ଇମ୍ଫା କମ୍ପାନୀକୁ ନେଇ ବିଜେଡ଼ି ରାଡ଼ାରରେ କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଜେଡ଼ି କହିଛି, ବୈଜୟନ୍ତ ପଣ୍ଡା ବାରମ୍ବାର କହି ଆସୁଛନ୍ତି ଇମ୍ଫା ସହିତ ମୋର କୌଣସି ସମ୍ପର୍କ ନାହିଁ । ବ୍ୟବସାୟିକ କାର୍ଯ୍ୟକଳାପରେ ଲିପ୍ତ ନଥିବା କହୁଛନ୍ତି ବୈଜୟନ୍ତ । ଇମ୍ଫା ଖଣି କମ୍ପାନୀ ପରିବାର ଚଳାଉଛନ୍ତି ବୋଲି ବାରମ୍ବାର ସଫେଇ ମଧ୍ୟ ଦେଇଛନ୍ତି । ହେଲେ ତାଙ୍କ ମିଛ ଜନସାଧାରଣ ଜାଣିଛନ୍ତି ।

ବୈଜୟନ୍ତ ପଣ୍ଡା ପାର୍ଲାମେଂଟରେ ଫାଇନାନ୍ସ କମିଟିରେ କାହିଁକି ସଦସ୍ୟ ହେବା ପାଇଁ କାହିଁକି ଚାହୁଁଥିଲେ ତାହା ବି ସ୍ପଷ୍ଟ କରିଛନ୍ତି । ଭଦ୍ର ମୁଖା ପିନ୍ଧି ଶହ ଶହ କୋଟି ଟଙ୍କାର ବ୍ୟାପାର କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡ଼ି । ବ୍ୟାଙ୍କରୁ ଇମ୍ଫା ପାଇଁ ଅନେକ ଟଙ୍କା ଆଣିଛନ୍ତି ବୈଜୟନ୍ତ ପଣ୍ଡା । ପାର୍ଲାମେଂଟ ଷ୍ଟାଣ୍ଟିଂ କମିଟିର ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ, ସେ ଟଙ୍କାର ଦୂରୋପଯୋଗ କରିଥାନ୍ତେ । ଅଧ୍ୟକ୍ଷ ହେବା ପରେ ଋଣ ଆଣିବା ଆହୁରି ସହଜ ହୋଇପାରଥାନ୍ତା ।

ବିଜେଡ଼ି ଦସ୍ତାବିଜରେ ଦେଖାଇଛି ୨୦୧୪ରେ ବୈଜୟନ୍ତ ପଣ୍ଡା ଇମ୍ପା ପାଇଁ ପ୍ରତ୍ୟେକ୍ଷ ରୂପେ ଡିଲ କରୁଥିଲେ । ଇମ୍ଫାର ଭାଇସ ଚେୟାରମ୍ୟାନ ଭାବେ ଶହ ଶହ କୋଟି କୋଟି ଟଙ୍କା ବ୍ୟାଙ୍କ ଗୁଡ଼ିକ ଠାରୁ ଆଣୁଥିଲେ । ଓଡ଼ିଶାବାସୀଙ୍କୁ ବୈଜୟନ୍ତ ପଣ୍ଡା ମିଛ କହୁଥିଲେ । ଏ ବିଷୟରେ ଜାଣିବା ପରେ ବିଜେଡ଼ି ମନାକରିଥିଲା । ପଜନସାଧାରଣଙ୍କ ସାମ୍ନାରେ ସବୁ ସତକଥା ଆସିଯାଇଛି । ପ୍ରକୃତ କଥା ହେଲା ବୈଜୟନ୍ତ ପଣ୍ଡା ଜଣେ ରାଜନେତା ନୁହନ୍ତି, ସେ ଜଣେ ବ୍ୟବସାୟୀ । ଆଇନ ସମସ୍ତଙ୍କ ପାଇଁ ସମାନ । ଆଉ ସେଥିପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରାର୍ଥୀତ୍ୱକୁ ଖାରଜ କରିବା ପାଇଁ ଦାବି କରିଛି ବିଜେଡ଼ି । ତାଙ୍କର ନିର୍ବାଚନ ଲଢ଼ିବାର କୌଣସି ନୈତିକତା ଅଧିକାର ନାହିଁ ବୋଲି ମଧ୍ୟ ବିଜେଡ଼ି କହିଛି ।