ବ୍ରହ୍ମପୁରରେ ବାଜି ମାରିନେଲା ବିଜେଡ଼ି : ବିକ୍ରମ ପଣ୍ଡା ହାତେଇଲେ ବିଧାୟକ ପଦ

253

କନକ ବ୍ୟୁରୋ : ବିଜେଡ଼ି ହାତକୁ ଗଲା ବ୍ରହ୍ମପୁର ବିଧାନସଭା ଆସନ । ଏଠାରେ ବିଜୟ ବାନା
ଉଡ଼ାଇଲେ ବିକ୍ରମ ପଣ୍ଡା । ଗଡ଼ ବଂଚାଇ ରଖିବାରେ ସଫଳ ହେଲା ବିଜେଡ଼ି । ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେଲେ ବିକ୍ରମ ପଣ୍ଡା । ଚଳିତ ନିର୍ବାଚନରେ ମଇଦାନରେ ଥିଲେ ୩ ପ୍ରମୁଖ ଦଳ ନେତା । ବିଜେଡ଼ିରୁ ବିକ୍ରମ ପଣ୍ଡା ଲଢ଼ୁଥିବା ବେଳେ, କଂଗ୍ରେସରୁ ଲିଙ୍ଗରାଜ ଚୌଧୁରୀ ଓ ବିଜେପିରୁ କାହ୍ନୁଚଣ ପତି ନିର୍ବାଚନ ଲଢ଼ିଥିଲେ । ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଏହି ଆସନରେ ବାଜି ମାରିନେଲେ ବିକ୍ରମ ।

୩ ଥର କଂଗ୍ରେସରୁ ଲଢି ହାରିବା ପରେ ବିଜେଡିରେ ସାମିଲ ହୋଇଥିଲେ ବିକ୍ରମ ପଣ୍ଡା । ବିଜେଡିର ସାଧାରଣ ସମ୍ପାଦକ ତଥା ଯୁବ ନେତା ତଥା ଦକ୍ଷ ସଂଗଠକ ଭାବେ ସେ ସ୍ଥାନୀୟ ଅଂଚଳରେ ଲୋକପ୍ରିୟତା ହାସଲ କରିଥିଲେ । ହେଲେ ଏଥର କିନ୍ତୁ ସୁଯୋଗର ସଦୁପୋଯୋଗ କରି ବିଧାନସଭା ଆସନ ହାତେଇ ନେଇଛନ୍ତି ବିକ୍ରମ ।

ସୂଚନାଯୋଗ୍ୟ ବିଜେଡିର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପଂଚମ ଥର ପାଇଁ ନିର୍ବାଚନ ଜିତିଥିଲେ । ସେ ୪୩ ହଜାର ୨୧୧ ଖଣ୍ଡ ଭୋଟ ପାଇଥିଲେ । ବର୍ତ୍ତମାନ ବିଜୟୀ ବିଜେଡ଼ି ପ୍ରାର୍ଥୀ ତଥା ସେତେବେଳେର କଂଗ୍ରେସ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ୧୦୩୯ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।