ଅହେତୁକ ତେଲଦର ବୃଦ୍ଧି ନେଇ କେନ୍ଦ୍ର ବିରୋଧରେ ଆଜି ବିଜେଡିର ପ୍ରତିବାଦ : ଦିନ ୧୦ଟା ରୁ ୧୨ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ

14

କନକ ବ୍ୟୁରୋ : ବଢ଼ୁଥିବା ତେଲ ଦର ନେଇ କେନ୍ଦ୍ର ଉପରେ ଚାପ ବଢ଼ାଇବା ପ୍ରୟାସରେ ରାଜ୍ୟ ସରକାର । ଶାସକ ବିଜେଡି ପକ୍ଷରୁ ବଢ଼ୁଚାଲିଥିବା ପେଟ୍ରୋଲ ଦର ନେଇ ସଚେତନତା କାର୍ଯ୍ୟକ୍ରମ । ଆଜି ସବୁ ପେଟ୍ରୋଲ ପମ୍ପ ଆଗରେ ଜନସଚେତନତା କାର୍ଯ୍ୟକ୍ରମ କରିବ ବିଜେଡି । ସେପ୍ଟେମ୍ବର ୭ରୁ ୯ ତାରିଖ ଯାଏଁ ବିଜେଡିର ଏହି ସଚେତନତା କାର୍ଯ୍ୟକ୍ରମ ଚାଲିବ । ତେବେ ଏହି ବିଜେଡି ପକ୍ଷରୁ ଏହି କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ରହିବ । ପୂର୍ବାହ୍ନ ୧୦ଟାରୁ ୧୨ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ପେଟ୍ରୋଲ ପମ୍ପ ଆଗରେ ବିଜୁ ଯୁବ-ଛାତ୍ର ଓ ମହିଳା ଜନତା ଦଳର କର୍ମୀମାନେ ଲୋକଂକୁ ପାମ୍ପଲେଟ୍ ବାଂଟିବେ । ଏହାସହ ତେଲ ଦର ବୃଦ୍ଧି, ଏହାର କାରଣ ଓ ପ୍ରଭାବ ସମ୍ପର୍କରେ ଲୋକଂକୁ ସଚେତନ କରାଇବେ ବିଜେଡି କର୍ମୀ ।

ସୂଚନାଯୋଗ୍ୟ ପୁଣି ବଢିଲା ତେଲ ଦର । ଲଗାତର କିଛି ଦିନ ହେଲା ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଗତକାଲି ତୁଳନାରେ ଆଜି ପୁଣି ତୈଳ ଦର ବୃଦ୍ଧି ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୪୭ ପଇସା ବଢିଥିବା ବେଳେ ଡିଜେଲ ଦର ୫୬ ପଇସା ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ଅନୁଯାୟୀ ଭାରତୀୟ ତୈଳ ନିଗମର ପେଟ୍ରୋଲ ପମ୍ପରେ ଲିଟର ପିଛା ପେଟ୍ରୋଲ ଦର ୭୮ ଟଙ୍କା ୮୫ ପଇସା ଓ ଡିଜେଲ ଦର ଲିଟର ପିଛା ୭୭ ଟଙ୍କା ୩୩ ପଇସାରେ ପହଁଚିଛି । ନିକଟ ଅତୀତରେ ଗୋଟିଏ ଦିନରେ ଏଭଳି ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହୋଇଥିବାର ଉଦାହରଣ ନଥିଲା । ଚଳିତ ମାସ ଆରମ୍ଭରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୭୭ ଟଙ୍କା ୫୫ ପଇସା ଥିଲା । କିନ୍ତୁ ମାତ୍ର ୭ ଦିନ ଭିତରେ ପେଟ୍ରୋଲ ଦର ୧ ଟଙ୍କା ୩୦ ପଇସା ବୃଦ୍ଧି ଘଟିଛି ।